www.samajalive.in
Saturday, December 6, 2025
26.1 C
Bhubaneswar

ଚିକିତ୍ସା ସେବାରେ ବ୍ୟବହାର ହେବ ଡ୍ରୋନ, ପରୀକ୍ଷଣ ଶେଷ

ଫୁଲବାଣୀ: ଦୁର୍ଗମ ଅଂଚଳରେ ଏଣିକି ରୋଗୀଙ୍କୁ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡ଼ିବ ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଂଚଳରେ ରୋଗୀଙ୍କୁ ସେବା ଯୋଗାଇବ ଡ୍ରୋନ। କିଛି ଦିନ ଧରି ଚାଲିଥିବା ଏହି ଡ୍ରୋନ ପ୍ରୋଜେକ୍ଟର କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ ଶେଷ ସପ୍ତାହରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲା ଗସ୍ତରେ ଆସି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଡ୍ରୋନର ପରୀକ୍ଷଣକୁ ଅନୁଧ୍ୟାନ କରିଛନ୍ତି। କନ୍ଧମାଳ ଜିଲା ଜଙ୍ଗଲ, ପାହାଡ ଘେରା ଅଂଚଳ। ଜିଲାରେ ଅନେକ ଦୁର୍ଗମ ସ୍ଥାନ ରହିଛି। ଯେଉଁଠି ରୋଗୀ ସେବା ସବୁ ବେଳେ ପ୍ରଶାସନ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି। ଦୁର୍ଗମ ଅଂଚଳରେ ଜରୁରୀକାଳୀନ ସେବା ରୋଗୀମାନେ ପାଇପାରୁ ନାହାନ୍ତି। ତେଣୁ ସେସବୁ ଅଂଚଳରେ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିପରି ସେବା ଯୋଗାଇ ଦିଆଯିବ, ତାହାକୁ ନେଇ ଡ୍ରୋନ ପ୍ରୋଜେକ୍ଟର ପରିକଳ୍ପନା କରା ଯାଇଥିଲା। କିଛି ଦିନ ଧରି ଏହାର ପରୀକ୍ଷା ନୀରୀକ୍ଷା କରାଯିବା ପରେ ଏବେ ଡ୍ରୋନ ଉଡାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଜିଲାର କୋଟଗଡ଼, ସୁବର୍ଣ୍ଣଗିରି, ତୁମୁଡିବନ୍ଧ, ଲଙ୍କାଗଡ଼ ମେଡିକାଲକୁ ଏହି ଡ୍ରୋନ ଉଡାଣ ଭରିବ।

ଏଥିପାଇଁ ଜିଲାକୁ ୩ଟି ଡ୍ରୋନ ଆସି ପହଂଚିଛି। ଗୋଟିଏ ଡ୍ରୋନର ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଏସବୁ ମେଡିକାଲରେ ଇମରଜେନ୍ସି କେସ୍‌‌(ଜରୁରୀକାଳୀନ ପରିସ୍ଥିତି)ରେ ରୋଗୀଙ୍କ ଚିକିତ୍ସା ପାଇଁ ଡ୍ରୋନ ବ୍ୟବହୃତ ହେବ। ରୋଗୀଙ୍କୁ ଅତ୍ୟାବଶ୍ୟକ ମେଡିସିନ, ଟିକା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୂନା ନେବା ଆଣିବାରେ ଡ୍ରୋନ ବ୍ୟବହାର କରାଯିବ। ୨ କେଜି ଓଜନର ଜିନିଷ ଧରି ଡ୍ରୋନ ଗନ୍ତବ୍ୟସ୍ଥଳରେ ପହଂଚି ପାରିବ। ଡ୍ରୋନ ଉଡାଣ ପାଇଁ ଫୁଲବାଣୀ, ବାଲିଗୁଡା ଏବଂ ତୁମୁଡିବନ୍ଧରେ କଂଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ଗତ ଶୁକ୍ରବାର ପରୀକ୍ଷଣ ଭାବେ ବାଲିଗୁଡାରୁ ଡ୍ରୋନ ଉଡାଣ ଭରି ଫୁଲବାଣୀ ଆସିବା ପରେ ଏଠାରୁ ମେଡିସିନ ନେଇ ଫେରି ଯାଇଥିଲା। ଏକାଥରକେ ଡ୍ରୋନ ୧୩୦ରୁ ୧୫୦ କିମି ଉଡାଣ ଭରିବାର କ୍ଷମତା ରଖିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହି ଡ୍ରୋନର ପରୀକ୍ଷଣକୁ ନୀରିକ୍ଷଣ କରିଛନ୍ତି। ସେହିପରି ମେଡିକାଲରେ ସ୍ତ୍ରୀ ଓ ପସୂତି ବିଭାଗ, ଶିଶୁ ୱାର୍ଡ, ଡାୟାଲିସିସ, ଫିଜିଓଥେରାପି, ଲଣ୍ଡ୍ରି, ପୁଷ୍ଟି ସାଧନ କେନ୍ଦ୍ର ବୁଲି ଦେଖିବା ସହ ରୋଗୀଙ୍କ ସହିତ ଆଲୋଚନା କରିଛନ୍ତି। ଶନିବାର ପବିଙ୍ଗିଆ, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଯାଇ ସମୀକ୍ଷା କରିଛନ୍ତି। ଜିଲାର ୩ ମେଡିକାଲ ଜିଲା ମୁଖ୍ୟ ଚିକିତ୍ସାଳୟ, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଏବଂ ଦାରିଙ୍ଗିବାଡି ମେଡିକାଲ ଆମ ହସ୍ପିଟାଲରେ ପରିଣତ ହେବ ବୋଲି କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବଙ୍କ ଗସ୍ତ ଅବସରରେ ଜିଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ଏନ୍‌‌ଆରଏଚଏମ୍‌‌ ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories