www.samajalive.in
Wednesday, December 10, 2025
18.1 C
Bhubaneswar

ଭାରରେ ବୁହା ହେଲେ ଜନନୀ

କଳାହାଣ୍ଡି : କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକର ନାଗୁପଡ଼ା ଗ୍ରାମରେ ସୋମବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। କୃଷ୍ଣ ଚନ୍ଦ୍ର ନାଏକଙ୍କ ସ୍ତ୍ରୀ ରମଣୀ ନାଏକ (୨୨) ଆଜି ସକାଳ ସମୟରେ ପ୍ରସୂତୀ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଘର ଠାରୁ ଜୟପାଟଣା ଡ଼ାକ୍ତରଖାନା ୭ କିଲୋମିଟର ଦୂର ମାତ୍ର କମ ଦୂରତରରେ ଯିବାକୁ ହେଲେ ଏକ ନଦୀ ପାର କରିବାକୁ ପଡ଼ିଥାଏ। ରମଣୀଙ୍କୁ ଯନ୍ତ୍ରଣା କାରଣରୁ ତାଙ୍କୁ ତୁରନ୍ତ ଗ୍ରାମବାସୀ ଓ ପରିବାର ସଦସ୍ୟ ଏକ ଖଟିଆରେ ବୋହି ନଦୀ ପାର ହୋଇ କୂଳକୁ ଆସିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଡ଼ାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନାଗୁପଡ଼ା ଗ୍ରାମ ନିକଟରେ ଥିବା ନଦୀରେ ଏକ ପୋଲ ଓ ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଦାବୀ କରି ଆସୁଛନ୍ତି। ଏପରିକି ଏହି ଦାବି ନେଇ ୩ ଥର ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଗ୍ରାମବାସୀମାନେ ଭୋଟ ବର୍ଜନ କରିଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରି ନାହିଁ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories