www.samajalive.in
Monday, December 8, 2025
14.1 C
Bhubaneswar

୨୬ରେ କୃଷକଙ୍କ ସମାନ୍ତରାଳ ଶୋଭାଯାତ୍ରା, ସାମିଲ ହେବ ୨ଲକ୍ଷ ଟ୍ରାକ୍ଟର

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ପ୍ରସ୍ତାବିତ କୃଷକଙ୍କ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ସୂଚନାନୁଯାୟୀ, ସରକାରଙ୍କ ପରେଡ୍‌ ସହିତ ସମାନ୍ତରାଳ ଭାବେ ଏହି ଶୋଭାଯାତ୍ରା କରାଯିବ। ଏଥିରେ ଅନ୍ୟୁନ ୨ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବେ। ସରକାରଙ୍କ ପିଲେଟ ବନ୍ଧୁକ, ଲୁହବୁହା ବାଷ୍ପ ଓ ପାଣି ମାଡ଼ରୁ ସୁରକ୍ଷା ପାଇବା ପାଇଁ ଏହି ସବୁ ଟ୍ରାକ୍ଟରରେ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଏଥିରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ନାମ ଓ ଟ୍ରାକ୍ଟରକୁ ତାଲିକାଭୁକ୍ତ କରାଯାଉଛି। ଏଥିପାଇଁ ପଞ୍ଜାବ ଓ ହରିୟାଣାରେ ପ୍ରସ୍ତୁତି ପର୍ବ ଜୋର୍‌ଦାର ଚାଲିଛି। କେନ୍ଦ୍ର ସରକାର ସେମାନଙ୍କୁ ଦମନ କରିବା ପାଇଁ ଯେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶଙ୍କା ଥିବାରୁ କୃଷକମାନେ ଏହାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ଆନ୍ଦୋଳନକାରୀ କୃଷକ ସଂଗଠନର ନେତାମାନେ କହିଛନ୍ତି। ଆବଶ୍ୟକ ହେଲେ ଜୀବନ ହାରିବାକୁ ସେମାନେ ପ୍ରସ୍ତୁତ ଥିବା କହିଛନ୍ତି। ଏହି ପରିପ୍ରେକ୍ଷୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବ ତଥା ହରିୟାଣାର ବିଧାୟକ ଓ ସାଂସଦଙ୍କୁ ଦଳ-ମତ ନିର୍ବିଶେଷରେ ପଦତ୍ୟାଗ କରିବାକୁ ସେମାନେ ଆହ୍ବାନ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories