ନୂଆଦିଲ୍ଲୀ : ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ରହିବା ମାମଲରେ ସୋମବାର ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବ ପୂର୍ଣ୍ଣ ରାୟକୁ ସୁପ୍ରିମକୋର୍ଟ କଏମ ରଖିଛନ୍ତି। ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ହେବା ନେଇ ସୁପ୍ରମକୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେନାରେ ଉଭୟ ପୁରୁଷ ଓ ମହିଲାଙ୍କ ସମାନ ଅଧିକାର ରହିଛି। ସେନାରେ ସବୁବେଳେ ସମାନତା ରହିବା ଜରୁରୀ। କେନ୍ଦ୍ର ସରକାରଙ୍କ ଆବେଦନ ଗ୍ରହଣୀୟ ନୁହେଁ। କେନ୍ଦ୍ର ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Popular Categories



