www.samajalive.in
Friday, December 12, 2025
17.1 C
Bhubaneswar

ଆଜି ୧୨ଟାରୁ ୩ଟା ‘ଚକାଜାମ୍‌’

ନୂଆଦିଲ୍ଳୀ: କୃଷି ଆଇନ୍‌ ବିରୋଧରେ ଦୀର୍ଘ ୬୯ଦିନ ଧରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି‌, ୬ତାରିଖ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍‌ ଆନ୍ଦୋଳନ ପାଇଁ ଦିଆଯାଇଥିବା ଆହ୍ବାନକୁ ସାମାନ୍ୟ କୋହଳ କରାଯାଇଛି। ଗୁରୁବାର ଏହି ଆାନ୍ଦୋଳନରୁ ଦିଲ୍ଲୀକୁ ବାଦ ଦିଆଯାଇଥିବାବେଳେ ଶୁକ୍ରବାର ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶକୁ ବାଦ୍‌ ଦିଆଯାଇଛି। କୃଷକ ସଂଗଠନ ନେତା ରାକେଶ ଟିକାୟତ କହିଛନ୍ତି ଯେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆସନ୍ତାକାଲି ଚକାଜାମ୍‌ ପାଳନ କରାଯିବ ନାହିଁ। ଏହି ଦୁଇ ରାଜ୍ୟରେ କୃଷକମାନେ କେବଳ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ। ଚକାଜାମ୍‌ ସମୟରେ ବିଭିନ୍ନ ସ୍ଥାନର କୃଷକ ସଂଗଠନ ଆନ୍ଦୋଳନକାରୀଙ୍କୁ ଖାଦ୍ୟପଦାର୍ଥ ଯୋଗାଇବାକୁ ଥିବାରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି​‌; ତେବେ ଦେଶର ଅନ୍ୟତ୍ର ଏହି ଧର୍ମଘଟ ଯଥାରୀତି ଆୟୋଜନ ହେବ। ଜାତୀୟ ଓ ରାଜ୍ୟ ରାଜପଥରେ ଚକା ଜାମ୍‌ ହେବ ନାହିଁ; କେବଳ ପିକେଟିଂ ଚାଲିବ ବୋଲି ଟିକାୟତ କହିଛନ୍ତି। ଅନ୍ୟ ନିଷ୍ପତ୍ତି ଅନୁସାରେ ଉତ୍ତର ପ୍ରଦେଶ ଓ ହରିୟାଣାର ରାଜ୍ୟର ସୀମା ସଂଲଗ୍ନ ଗ୍ରାମରୁ ଦୁଇଟି ଲେଖାଏଁ ଟ୍ରାକ୍ଟର ଦିଲ୍ଲୀକୁ ଏହି ସାମଗ୍ରୀ ଧରି ଆସି​‌େ​‌ବ। ପରେ ଏଗୁଡ଼ିକ ଫେରିଯିବେ ଏବଂ ଅନ୍ୟ ଦୁଇଟି ଟ୍ରାକ୍ଟର ଆସି​‌ବ। ନିୟମିତ ଭାବେ ଏହି ପ୍ରକ୍ରିୟା ଜାରି ରହିବ। ଏହି ପରିପ୍ରେକ୍ଷୀରେ ସେ ଆନ୍ଦୋଳନକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷରେ ଚକାଜାମ୍‌ ପ୍ରସଙ୍ଗରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣାର ପୁଲିସ୍‌ ଅଧିକାରୀ କୃଷକ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଯେମିତି କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପ୍ରତି ପୁଲିସ ପ୍ରଶାସନ ସତର୍କତା ଅବଲମ୍ବନ କରୁଛନ୍ତି। ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories