www.samajalive.in
Monday, December 8, 2025
14.1 C
Bhubaneswar

ନବବର୍ଷ ୨୦୨୪ : କେମିତି କଟିବ? କେଉଁ ରାଶିରେ ମିଳିବ କି ଫଳ..

ବର୍ଷ ୨୦୨୩ ସରିବାକୁ ଅଳ୍ପ ଦିନ ବାକି। ପାଦ ଥାପିବ ୨୦୨୪। ୨୦୨୪ ବର୍ଷ କେଉଁ ରାଶି ପାଇଁ କେମିତି ରହିବ ତାହା ଜାଣିବାକୁ ସଭିଁଙ୍କ ଇଚ୍ଛା। କେଉଁ ରାଶିରେ ଧନଲାଭ, ଉତ୍ତମ ସ୍ୱାସ୍ଥ୍ୟ ଅଟକି ଥିବା କାର୍ଯ୍ୟ ପୂରଣ ହେବ ଜାଣନ୍ତୁ..
ମେଷ ରାଶି – ମେଷ ରାଶିର ବ୍ୟକ୍ତି ବିଶେଷ ପାଇଁ ବର୍ଷଯାକ ମଧ୍ୟମ ଫଳ ପ୍ରଦାନ କରିବ। ବର୍ଷର କେତେକ ସମୟ ସଂଘର୍ଷ ପୂର୍ଣ୍ଣ ରହିବ। ହାଡ,ଆଖି ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଧନ ସଞ୍ଚୟ ପ୍ରତି ଧ୍ୟାନ ଦେବେ। ଅଯଥାରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ଜିନିଷ କିଣା ବିକାରେ ବର୍ଷରେ ଉତ୍ତମ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ କିଛି ସମୟ ପର୍ଯ୍ୟନ୍ତ ପରିବାରରେ ସମସ୍ୟା ଦେଖାଦେଇପାରେ। ଦୈନିକ ଜୀବନଶୈଳୀରେ କର୍ମରେ ବ୍ୟସ୍ତତା ଲାଗି ରହିବ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ମିଳିବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ବର୍ଷର ମଧ୍ୟ ଭାଗରେ ଆର୍ଥିକ କ୍ଷେତ୍ରରେ ଲାଭବାନ୍‌‌ ହେବେ। ଘର, ଯାନ ଆଦି କ୍ରୟ କରି ପାରନ୍ତି। ପ୍ରେମ ସମ୍ପର୍କରେ ସଫଳତା ମିଳିବ।
ମିଥୁନ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ବର୍ଷଯାକ ମଧ୍ୟମ ଧରଣର ସୁଖ ପ୍ରଦାନ କରିବ। କାର୍ଯ୍ୟ କରିବା ସମୟରେ ଧ୍ୟାନ ସହ କାମ କରନ୍ତୁ। ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଧନ କରଜ ଦେବା ସମୟରେ ଧ୍ୟାନ ରଖିବେ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ବର୍ଷର କେତେକ ସମୟରେ କଷ୍ଟ ଆସିପାରେ। କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିପାରେ। ଶାରୀରିକ ଓ ମାନସିକ ଅଶାନ୍ତି ଆସିଲେ ମଧ୍ୟ ଏହା ଦୂର ହୋଇଯିବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ।
ସିଂହ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ମାନସିକ ଓ ଶାରୀରିକ ପୀଡ଼ା ଦେଖାଦେଇପାରେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ବ୍ୟବସାୟରେ ସଫଳତା ମିଳିବ। ସମସ୍ତ କାର୍ଯ୍ୟକୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ ପଦ ବୃଦ୍ଧିର ଅବସର ମିଳିବ। କୃଷି କ୍ଷେତ୍ରରେ ଜଡିତ ଲୋକଙ୍କୁ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ବର୍ଷଟି ଉତ୍ତମ। ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ବର୍ଷରେ ଭଲ ଫଳ ମିଳିବ। ମାନସମ୍ମାନ ତଥା ଧନ ବୃଦ୍ଧି ହେବ। ବିଦେଶ ଯାତ୍ରା କରି ପାରନ୍ତି। ସ୍ଥାନ ପରିବର୍ତ୍ତନ କରି ପାରନ୍ତି। ପରିବାର ମଧ୍ୟରେ ଧାର୍ମିକ କାର୍ଯ୍ୟ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଅଟକି ଥିବା ଧନ ମିଳିବ। କୋର୍ଟ କଚେରି କାମ ଲାଗି ରହିଲେ ମଧ୍ୟ ସଫଳତା ମିଳିବ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ବର୍ଷ ସାମାନ୍ୟ ଫଳ ପ୍ରଦାନ କରିବ। ମାନସିକ ଅଶାନ୍ତି ଦେଖାଦେଲେ ମଧ୍ୟ ଏହା ଦୂର ହୋଇଯିବ। କରଜ ଦେବା ନେବା ସମୟରେ ଧ୍ୟାନ ଦେବେ। ମାଙ୍ଗଳିକ କାର୍ଯ୍ୟ ବିଳମ୍ବ ହୋଇପାରେ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ମନ ଅଶାନ୍ତ ରହିପାରେ। ଧନ ଖର୍ଚ୍ଚ ହେବ। ବର୍ଷର ମଧ୍ୟମ ସମୟରୁ ଭଲ ସମୟ ଆସିବା ସହ ଜମି କ୍ରୟ ବିକ୍ରୟ କରିବାର ଯୋଗ ରହିଛି।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ବର୍ଷରେ ସାମାନ୍ୟ ଫଳ ମିଳିବ। ସନ୍ତାନଙ୍କ ନିକଟରୁ ସୁଖଖବର ମିଳିବ। ଅଟକି ଥିବା ଧନ ପ୍ରାପ୍ତି ହେବ। ରୋଗରୁ ମୁକ୍ତି ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ଧନ ଖର୍ଚ୍ଚ କରିବା ସମୟରେ ଧ୍ୟାନ ଦେବେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଖାଦ୍ୟପେୟ ସମୟରେ ଧ୍ୟାନ ଦେବେ। ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବେ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ବିଶେଷ ବର୍ଷଯାକ ମଧ୍ୟମ ଫଳ ମିଳିବ। ସରକାରୀ କାର୍ଯ୍ୟରେ ସମସ୍ୟ ଦେଖାଗଲେ ମଧ୍ୟ ସଫଳତା ମିଳିବ। ଅଯଥା ସମୟ ନଷ୍ଟ ନକରି ସଠିକ୍‌‌ ସମୟରେ କାର୍ଯ୍ୟ କରନ୍ତୁ। ସନ୍ତାନଙ୍କର ଉନ୍ନତି ହେବ। ଆଳସ୍ୟ ବଶବର୍ତ୍ତି ହୋଇ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପରିବାରରେ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ ଉତ୍ଥାନ ପତନ ପରେ ଲାଭ ମିଳିବ। ସଠିକ୍‌‌ ନିଷ୍ପତ୍ତି ନେବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବ। ଯାନ କିଣିବାର ସମ୍ଭାବନା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories