www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ମହାନିର୍ଦେଶକଙ୍କ ଦ୍ୱାରା ଧାମରା ଥାନା ଉଦଘାଟିତ

ଧାମରା : ଧାମରା ବନ୍ଦର ଆଗରେ ନବ ନିର୍ମିତ ଧାମରା ଥାନାର ଶୁଭ ଉଦଘାଟନ ହୋଇଯାଇଛି। ମଙ୍ଗଳବାର ଦିନ ଉଦଘାଟନୀ ଉତ୍ସବରେ ଆରକ୍ଷୀ ମହାନିର୍ଦେଶକ ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସେ ନିଜର ବକ୍ତବ୍ୟରେ ପୁଲିସ ସବୁବେଳେ ଜନତାଙ୍କୁ ସୁରକ୍ଷା ଦେଇ ଆସୁଥିବା ସହ ରାଜ୍ୟ ସରକାର ପୁନଶ୍ଚ ଏହି ନୂତନ ଥାନାକୁ ଲୋକାର୍ପିତ କରିବା ସହ ବାଂଶଡା ଥାନାର ଅଂଚଳ ସଙ୍କୁଚିତ ହୋଇଥିବା କଥା କହିଥିଲେ। ଆଜିର ଏହି ଉତ୍ସବରେ ବରେଣ୍ୟ ଅତିଥି ଭାବରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସମ୍ମାନୀତ ଅତିଥି ଭାବରେ ପୂର୍ବାଞ୍ଚଳ ଉପଆରକ୍ଷୀ ନିରୀକ୍ଷକ ଅମିତେନ୍ଦ୍ର ନାଥ ସିହ୍ନା, ଭଦ୍ରକ ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତଙ୍କ ସହ ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ, କର୍ପୋରେଟ ଆଫେୟାର୍ସ ମିତ ମେହେଟା, ଚାନ୍ଦବାଲି ଏସଡିପିଓ ତରୁଣ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା, ବାଂଶଡା ଥାନା ଆଇଆଇସି ରମେଶ ସିଂ, ଧାମରା ମେରାଇନ ଆଇ ଆଇସି ମୋନାଲିସା କର, ଶ୍ରୀକାନ୍ତ ପତି, ତରୁଣ କୁମାର ସାହୁ, ରୋଜାଲିନ ସାହୁ, ବିଜୟ କୁମାର ନାୟକ ପ୍ରମୁଖ, ବରକତ ଅଲ୍ଲୀ ଖାଁ, ଧାମରା ସରପଞ୍ଚ ପ୍ରିୟରଞ୍ଜନ ଜେନା, ରାଜ୍ୟ ପରିଷଦ ସଭ୍ୟ ଅଶୋକ ବଳ, ଧାମରା ଜୋନର ଜିଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ତଥା ସମାଜସେବୀ ପରୀକ୍ଷିତ ଦାସ, ପୂର୍ବତନ ଜିଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା, ଚାନ୍ଦବାଲି ଚେୟାରମ୍ୟାନଙ୍କ ପ୍ରତିନିଧି ରଞ୍ଜନ ସାହୁ, ଦୋସିଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ ଜାନା, ଅତୁଲ ଜାନା, ପଂଚୁଟିକ୍ରି ପଞ୍ଚାୟତ ପୂର୍ବତନ ସରପଞ୍ଚ ଅନିଲ ନାୟକ, ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ଦିଗମ୍ବର ଦାସ, ଜାଗୁଳା ପଞ୍ଚାୟତ ସରପଞ୍ଚ ସୁରେଶ ମାହୁନ୍ତ, ଯୁବ ନେତା ଉମେଶ ମହାକୁଡ, ଦୋସିଙ୍ଗା ପଞ୍ଚାୟତ ସମିତି ସଭ୍ୟ ନରେନ୍ଦ୍ର ମାଇତିଙ୍କ ସମେତ ଶତାଧିକ ଲୋକ ଏହି ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ। ନୂତନ ଭାବରେ ଉଦଘାଟିତ ହୋଇଥିବା ଧାମରା ଥାନାରେ ଜଣେ ଆଇଆଇସି, ଜଣେ ସବଇନ୍ସପେକ୍ଟର, ଜଣେ ଏଏସଆଇ ଏବଂ ୭ଜଣ କନେଷ୍ଟବଳଙ୍କୁ ପ୍ରାଥମିକ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ମହାନିର୍ଦେଶକ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ଧାମରାରେ ଥିବା ଧାମରା ମେରାଇନ ଥାନାକୁ ଅପଗ୍ରେଡସନ କରିବା ସହ ଉନ୍ନତମାନର ବୋଟ ଏବଂ ଷ୍ଟାଫ ମାନଙ୍କୁ କୌଶଳ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories