www.samajalive.in
Monday, December 8, 2025
27.1 C
Bhubaneswar

‘ଡୋଲାରେ ଡୋଲା’ କୁ ବେଷ୍ଟ ବଲିଉଡ଼ ଡ଼୍ୟାନ୍ସ ନମ୍ବର ମାନ୍ୟତା

ନୂଆଦିଲ୍ଲୀ : ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍‍ ଚଳଚ୍ଚିତ୍ର ‘ଦେବଦାସ’ ର ‘ଡୋଲାରେ ଡୋଲା’ ଗୀତକୁ ବେଷ୍ଟ ବଲିଉଡ଼ ଡ଼୍ୟାନ୍ସ ନମ୍ବରର ମାନ୍ୟତା ମିଳିଛି। ୟୁକେର ଇଷ୍ଟର୍ଣ୍ଣ ଆଇ ଖବର କାଗଜ ଏହି ଗୀତକୁ ତାଲିକାର ଶୀର୍ଷରେ ସ୍ଥାନ ଦେଇଛି। ଜନସାଧାରଣଙ୍କ ଭୋଟ୍‍, ଚଳଚ୍ଚିତ୍ରର ପ୍ରଭାବ, ନୃତ୍ୟ ପ୍ରଶିକ୍ଷକଙ୍କ ମତ ଓ ନୃତ୍ୟ ପ୍ରଦର୍ଶନକୁ ଭିତ୍ତି କରି ଏହି ଗୀତକୁ ବଲିଉଡ଼ର ୫୦ ସର୍ବୋତ୍ତମ ଗୀତ ମଧ୍ୟରୁ ପ୍ରଥମ ସ୍ଥାନ ଦିଆଯାଇଛି।

ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସେ ସମୟର କିଛି ଖାସ୍‍ ସଫଳ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଥିଲା। ଏହି ଚଳଚ୍ଚିତ୍ର ୫ଟି ଜାତୀୟ ପୁରସ୍କାର ହାସଲ କରିବା ସହ ଭାରତ ତରଫରୁ ଏହାକୁ ଓସ୍କାର ପୁରସ୍କାର ପାଇଁ ମନୋନୀତ କରି ପଠାଯାଇଥିଲା। ଏଥିସହିତ ଟାଇମ୍ସ ମାଗାଜିନ୍‍ ମଧ୍ୟ ଏହି ଚଳଚ୍ଚିତ୍ରକୁ ୧୦ଟି ଶ୍ରେଷ୍ଠ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ଦେଇଥିଲା। ଏବେ ପୁଣି ଏହି ଚଳଚ୍ଚିତ୍ରର ଗୀତ ଇତିହାସ ରଚିଛି।

- Advertisement -

ସେହିପରି ଏହି ତାଲିକାରେ ମୁଗଲ-ଏ-ଆଜମଙ୍କ ଗୀତ ‘ପ୍ୟାର୍‍ କିୟା ତୋ ଡର୍‍ନା କ୍ୟା’ ଦ୍ୱିତୀୟ ସ୍ଥାନ ଓ ତେଜାବ ଚଳଚ୍ଚିତ୍ରର ଗୀତ ‘ଏକ ଦୋ ତିନ୍‍’ ତୃତୀୟ ସ୍ଥାନ ଅଧିକାର କରିଛି।

ଏହି ଗୀତରେ ଐଶ୍ୱର୍ଯ୍ୟା ରାୟ ଓ ମାଧୁରୀ ଦୀକ୍ଷିତ୍‍ ଏକାଠି ନୃତ୍ୟ କରିଥିଲେ। ସରୋଜ ଖାନ୍‍ ଏହାର ନୃତ୍ୟ ପ୍ରଶିକ୍ଷକ ଓ ଇସ୍ମାଇଲ ଦରବାର ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories