www.samajalive.in
Monday, December 8, 2025
13.1 C
Bhubaneswar

ବଢିଲା ନୂଆ ସଂସଦ ଭବନର ନିର୍ମାଣ ମୂଲ୍ୟ- ୧୨୫୦ କୋଟି ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ – ଦେଶର ରାଜଧାନୀରେ ନିର୍ମାଣ କରାଯାଉଥିବା ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟର ନିର୍ମାଣ ମୂଲ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଏହାର ନିର୍ମାଣ ପାଇଁ ୯୭୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହା ଏବେ ୨୯ ପ୍ରତିଶତ ବୃଦ୍ଧି ପାଇ ୧୨୫୦ କୋଟି ଟଙ୍କାରେ ପହଞ୍ଚିଛି । ମୂଳ ଅଟକଳଠାରୁ ଏହା ପ୍ରାୟ ୨୮୨ କୋଟି ଟଙ୍କା ବୃଦ୍ଧି ପାଇଛି ।

ଟାଟା ପ୍ରୋଜେକ୍ଟ ଏହାର ନିର୍ମାଣ କାର୍ଯ୍ୟ କରୁଛି । ନୂଆ ସଂସଦ ଭବନର ପ୍ରାୟ ୪୦ ପ୍ରତିଶତ ନିର୍ମାଣ ଶେଷ ହୋଇ ସାରିଲାଣି । ୨୦୨୦ ମସିହା ଡିସେମ୍ବର ମାସରେ ଏଥିପାଇଁ ଶୁଭ ଦିଆଯିବା ସହ ଭୂମି ପୂଜନ କରାଯାଇଥିଲା । ନୂଆ ସଂସଦ ଭବନ ଚାରି ତଳ ପ୍ରାସାଦ । ରାଷ୍ଟ୍ରପତି ଭବନ ଏବଂ ପୁରୁଣା ସଂସଦ ଭାବନ ମଧ୍ୟରେ ଏହାକୁ ନିର୍ମାଣ କରାଯାଉଛି । ୧୩ ଏକର ଜମିରେ ଏହାକୁ ନିର୍ମାଣ କରାଯାଉଛି । ପୁରୁଣା ସଂସଦ ଭବନକୁ ଇଂରେଜମାନେ ତିଆରି କରିଥିଲା । ମଧ୍ୟପ୍ରଦେଶରେ ଥିବା ଚୌଷଠୀ ଯୋଗିନୀ ମନ୍ଦିର ଆକାରରେ ଏହାକୁ ନିର୍ମାଣ କରାଯାଇଥିଲା ।

- Advertisement -

ଏବା ଏହା ପୁରୁଣା ହୋଇଯିବାରୁ ବର୍ଷା ପାଣି ଛାତରୁ ଗଳିବା ସହ ବିଭିନ୍ନ ସମସ୍ୟା ଦେଖା ଦେଲାଣି । ଏଥିରେ ବିଭିନ୍ନ ଅତ୍ୟାଧୁନିକ ସତର୍କତା ବ୍ୟବସ୍ଥା ନାହିଁ ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories