ଆସାମର ଡିରାକରେ ମିଳିଲା ଗ୍ୟାସର ନୂଆ ଭଣ୍ଡାର

ଡେସ୍କ: ତିନସୁକିଆ ଜିଲ୍ଲାର ଡିରୋକ ଅଂଚଳରେ ଗ୍ୟାସର ଏକ ନୂଆ ଭଣ୍ଡାର ଥିବା ଜଣାପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକରାତ୍ମକ ଦୃଷ୍ଟିକୋଣର ପରିଣାମ ସ୍ୱରୂପ ନୂଆ ସମ୍ବଳର ତଲାସ ଓ ଉପସ୍ଥିତ ସମ୍ବଳର ପେଟ୍ରୋଲିୟମ କ୍ଷେତ୍ରରେ ଉଚିତ ବ୍ୟବହାର ଉପରେ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ମାର୍ଘେରିଟା ସ୍ଥିତ ଓଏନ-୯୪/୧ ବ୍ଲକରେ ଏବଂ ଅଏଲ ଓ ଆଇଓସିଏଲ ସହିତ ସହଭାଗିତାରେ ଏଚଓଇସିର ସଂଚାଳିତ ଡିରାକ ଅଂଚଳରେ ଡିରାକ-୧ କୂଅରେ ଏକ ନୂଆ ଭଣ୍ଡାର, ସ୍ୟାଣ୍ଡ-୯ର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। କୂଅରୁ ପ୍ରତିଦିନ ୬ ମିଲିୟନ ୟୁନିଟ କ୍ୟୁବିକ ଫୁଟ ଗ୍ୟାସ ପ୍ରବାହ ହେଉଥିବା ସୂଚନା ମିଳିଛି।

ଶଙ୍ଖ ଭବନ ପ୍ରସଙ୍ଗ: ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି

Comments are closed.