www.samajalive.in
Sunday, December 7, 2025
16.1 C
Bhubaneswar

ଜଳବାୟୁ ପରିବର୍ତ୍ତନ ରୋକିବା ପ୍ରୟାସ: ପୋପଙ୍କ ପାଇଁ ନୂଆ ବିଦ୍ୟୁତଚାଳିତ ଗାଡି

ଭାଟିକାନ ସିଟି: ଜଳବାୟୁ ପରିବର୍ତ୍ତନ ରୋକିବା ସପକ୍ଷରେ ସବୁ ସମୟରେ ଯୁକ୍ତି ଦର୍ଶାଇ ଆସୁଛନ୍ତି ପୋପ୍‍ ଫ୍ରାନସିସ୍‍। ସେଥିପାଇଁ ସେ ବିଶ୍ୱରେ ପେଟ୍ରୋଲିୟମ ଇନ୍ଧନରେ ଚାଲୁଥିବା ଯାନବାହନ ପରିବର୍ତ୍ତନ କରିବାକୁ ଦୀର୍ଘଦିନ ଧରି କହିଆସୁଛନ୍ତି। ତାଙ୍କ କଥାକୁ ସମ୍ମାନ ଦେଇ ପ୍ରଥମେ ପୋପଙ୍କ ପାଇଁ ବିଦ୍ୟୁତ ଚାଳିତ ଏକ ଗାଡି ଯୋଗାଇ ଦିଆଯିବ ଏବଂ ଜନସାଧାରଣ ତାଙ୍କୁ ବିଦ୍ୟୁତ ଚାଳିତ ଗାଡିରେ ଯାତାୟତ କରିବା ଦେଖି ଅନୁପ୍ରାଣିତ ହେବେ ବୋଲି ଭାଟିକାନ ସିଟି ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଏହି ବିଦ୍ୟୁତଚାଳିତ ଗାଡିକୁ ପୋପମୋବାଇଲ ବୋଲି କୁହାଯାଉଛି। ଲସ୍‍ ଏଞ୍ଜେଲସ ଭିତ୍ତିକ କମ୍ପାନୀ ଫିସ୍କର ଇନ୍‍କ ଏହି ଗାଡି ନିର୍ମାଣ କରିବ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଏହି ବିଦ୍ୟୁତ ଚାଳିତ କାରରେ ଏକ ସୋଲାର ଛାତ ଏବଂ ସମୁଦ୍ରରୁ ସଂଗୃହୀତ ପ୍ଲାଷ୍ଟିକ ବୋତଲ ପୁନଃପ୍ରକ୍ରିୟାକରଣ କରାଯାଇ ପ୍ରସ୍ତୁତ କରାଯାଇଥିବା ଏକ ଗାଲିଚା ଲଗାଯିବ। ଏହି କାରରେ ସମସ୍ତ ପରିବେଶ ଉପଯୋଗୀ ସାମଗ୍ରୀର ବ୍ୟବହାର କରାଯାଉଛି। କମ୍ପାନୀର ସହପ୍ରତିଷ୍ଠାତା ହେନରିକ ଫିସ୍କର ଏବଂ ଡ.ଗୀତା ଗୁପ୍ତା ଫିସ୍କର ଇତିମଧ୍ୟରେ ଭାଟିକାନ ସିଟିର ରୋମାନ କ୍ୟାଥଲିକ ଚର୍ଚ୍ଚ ମୁଖ୍ୟଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିସାରିଛନ୍ତି। ପରିବେଶକୁ ନେଇ ପୋପଙ୍କ ଚିନ୍ତା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ସେଥିପାଇଁ ସେ ତାଙ୍କୁ ଏକ ବିଦ୍ୟୁତ ଚାଳିତ କାର ଦେବାକୁ ଚାହୁଁଥବା କହିଛନ୍ତି ଫିସ୍କର। କମ୍ପାନୀର ଉଭୟ ପ୍ରତିଷ୍ଠାତାଙ୍କ ସହିତ ମଇ ମାସ ୨୦ ତାରିଖରେ ଆୟୋଜିତ ଏକ ବୈଠକରେ ପୋପ ଫ୍ରାନସିସ ଏହି ଗାଡିର ଡିଜାଇନକୁ ଦେଖିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories