ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ଦ୍ୱାରକା ସେକ୍ଟର-୧୩ ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆପାର୍ଟମେଣ୍ଟର ୮ ମହଲା ବିଲଡଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାରୁ ଖବର ପାଇଁ ୮ଟି ଅଗ୍ନିଶମ ଟିମ୍ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି । ଆପାର୍ଟମେଣ୍ଟରେ ଦୁଇ ରୁ ତିନି ଲୋକ ଫସି ରହିଥିବା ସୂଚନା ମିଳିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଲୋକ ଶୀଘ୍ର କୋଠାରୁ ତଳକୁ ଡେଇଁ ପଡିଥିଲେ । ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି ।



