www.samajalive.in
Friday, December 5, 2025
27.1 C
Bhubaneswar

ଏଲନ ମସ୍କଙ୍କୁ ରୁଷରେ ଶରଣ ନେବାକୁ ପୁଟିନଙ୍କ ପ୍ରସ୍ତାବ

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ଏକ ନମ୍ବର ଧନୀ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଳି ଦିନକୁ ଦିନ ବଢ଼ିବା​‌ରେ ଲାଗିଛି। ମସ୍କଙ୍କୁ ବରବାଦ କରିଦେବା ଲାଗି ଟ୍ରମ୍ପ ଧମକ ଦେବା ପରେ ମସ୍କଙ୍କ ବାପା ଏରୋଲ ମସ୍କ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ବର୍ତ୍ତମାନ ମସ୍କ ଏବଂ ଟ୍ରମ୍ପଙ୍କ କଳି ମଝିରେ ପଶିଛି ରୁଷ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିତ ଉଭୟଙ୍କ ବିବାଦରେ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିବା ସହିତ ମସ୍କଙ୍କୁ ରୁଷରେ ଶରଣ ନେବାକୁ ପ୍ରସ୍ତାବ ଦେଇଛନ୍ତି।

ପୁଟିନ କହିଛନ୍ତି, ଯଦି ଏଲନ ମସ୍କ ରୁଷରେ ରାଜନୈତିକ ଶରଣ ନେବାକୁ ଚାହୁଁଛନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ। ରୁଷର ଏହି ପ୍ରସ୍ତାବ ପରେ ମସ୍କଙ୍କ ପିତା ଏରୋଲ ରୁଷ ଗସ୍ତ କରିଛନ୍ତି। ସେ ଭାରତରୁ ସିଧାସଳଖ ରୁ​‌ଷ ଯାଇଛନ୍ତି। ଏରୋଲ ମସ୍କୋରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ଵାଗତ କରାଯାଇଛି। ଏରୋଲ ରୁଷରେ ପହଞ୍ଚିବା ପରେ ପୁଟିନଙ୍କୁ ଖୁବ୍‌ ପ୍ରଶଂସା କରିବା ସହିତ ପୁଟିନ ଜଣେ ପ୍ରଭାବଶାଳୀ ବ୍ୟକ୍ତି ବୋଲି କହିଥିଲେ।

- Advertisement -

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ଟିକସ ବିଲକୁ ମସ୍କ ବିରୋଧ କରି ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ମସ୍କ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିବା ପରେ ଟ୍ରମ୍ପ ଅଧିକ ବିରକ୍ତ ହୋଇପଡ଼ିଛନ୍ତି। ମସ୍କ ଯଦି ବିରୋଧୀମାନଙ୍କୁ ଆର୍ଥିକ ସହାୟତା କରନ୍ତି, ତେବେ ସେ ତାଙ୍କୁ ବରବାଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories