କମିସନରେଟ୍‌ ପୁଲିସର ନୂଆ ଡିସିପି ଅନୁପ କୁମାର ସାହୁ

0

ଭୁବନେଶ୍ୱର: ଆଇପିଏସ ଅଫିସର ଅନୁପ କୁମାର ସାହୁ ମଙ୍ଗଳବାର ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେବେ ବୋଲି ଶ୍ରୀ ସାହୁ ଦାୟିତ୍ଵ ଗ୍ରହଣ ପରେ ଗଣମାଧ୍ୟମରେ କହିଛନ୍ତି । ଏହା ସହ ସାଇବର ଅପରାଧ ନିୟନ୍ତ୍ରଣ ଓ ମହିଳାଙ୍କ ସୁରକ୍ଷା ଉପରେ ଅଧିକ ପ୍ରାଥମିକତା ଦେବେ ବୋଲି ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । କମିସନରେଟ୍‌ ପୁଲିସର ପୂର୍ବତନ ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ଶ୍ରୀ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave A Reply