ବାଲେଶ୍ୱର / ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଶାଳବଣି ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚାଳିଆରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ରାତି ସମୟରେ ସ୍ଥାନୀୟଲୋକେ ଶିଶୁ କନ୍ୟାର କାନ୍ଦ ଶବ୍ଦ ଶୁଣି ତା’କୁ ଚାଳିଆରୁ ଉଦ୍ଧାର କରିଥିଲେ। ଏହାପରେ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ମେଡ଼ିକାଲରେ ଶିଶୁଟିକୁ ଭର୍ତ୍ତି କରାଯାଇଥିଲା। ଝଡ଼ବର୍ଷା କାରଣରୁ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଜଣାପଡ଼ିଛି।
Popular Categories



