www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟରାତ୍ରୀରେ ଦୌଡି ଦୌଡି ହୃଦୟ ଜିତିଲେ ପ୍ରଦୀପ, ସେନାରେ ଯୋଗଦେବା ପାଇଁ ୧୯ ବର୍ଷରୁ ସଂଘର୍ଷ

ନୋଏଡ଼ା: ସେନାରେ ଯୋଗ ଦେବା ପାଇଁ ବଢ଼ୁଛି ଯୁବକଙ୍କ ଆଗ୍ରହ । ଜଣେ ଯୁବକ ସେନାରେ ଯୋଗଦେବା ନେଇ ବିଳମ୍ବିତ ରାତିରେ ଦୌଡୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ମାତ୍ର ୧୯ ବର୍ଷର ବାଳକ ବିଳମ୍ବିତ ରାତିରେ ‌‌ନୋଇଡାର ରାସ୍ତାରେ ଦୌଡୁଥିବା ଦେଖିବାକୁ ମିଳିଛନ୍ତି । ରାସ୍ତାରେ ଦୌଡୁଥିବା ସମୟରେ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ପିଲାଟିକୁ ଦେଖିଥିଲେ । ଦେଖିବା ପରେ ପିଲାଟିକୁ ଘରେ ଛାଡିଦେବାକୁ ବାରମ୍ବାର କହିଥିଲେ । ହେଲେ ରାସ୍ତାରେ ଦୌଡୁଥିବା ପ୍ରଦୀପ ମେହରା ନାମକ ଯୁବକ ତାଙ୍କ ସହ ଗାଡ଼ିରେ ଯିବାକୁ ମନା କରିଦେଇଥିଲେ । ସେହି ସମୟରେ କପ୍ରି ଏହି ଘଟଣାକୁ ତାଙ୍କ ମୋବାଇରେ ଭିଡିଓ କରିଥିଲେ । ପରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଟ୍ବିଟ୍‌ରେ ଚଳଚ୍ଚିତ୍ର ନିର୍ମାତା ବିନୋଦ କପ୍ରି ଭିଡିଓଟି ସେୟାର କରି ଲେଖିଛନ୍ତି ରାତି ୧୨ଟା ସମୟରେ ସେ ଏହି ବାଳକକୁ କାନ୍ଧରେ ବ୍ୟାଗ ଧରି ଅତି ଦ୍ରୁତ ଗତିରେ ଦୌଡୁଥିବା ଦେଖିଥିଲେ । ପରେ ବାଳକଟିକୁ ଲିଫ୍ଟ ଦେବାକୁ ଚାହୁଁଥିଲେ, କିନ୍ତୁ ପିଲାଟି ମନା କରିଦେଇ ଦୌଡ଼ିବାକୁ ଲାଗିଥିଲେ । ତା’ପରେ ପଚରାଯିବାରୁ ‘ମ୍ୟାକ୍ ଡୋନାଲଡ୍’ରେ କାମ କରୁଥିବା ଉକ୍ତ ତରୁଣ ଯୁବକ କାମ ଶେଷ କରି ଅଧରାତିରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିବା ସେ କହିଥିଲେ । କାପ୍ରି ଏତେ ରାତିରେ କାହିଁକି ଦୌଡୁଛନ୍ତି ବୋଲି ବାଳକଟିକୁ ପଚାରିଥିଲେ । ଉତ୍ତରରେ ଦୌଡ଼ାଦୌଡ଼ି କରିବାକୁ ସମୟ ପାଉ ନଥିବାରୁ ଦୌଡ଼ି ଦୌଡ଼ି ଘରକୁ ଯାଉଛି ବୋଲି ସେ କହିଥିଲେ । ସେନାବାହିନୀରେ ଯୋଗ ଦେବା ଲାଗି ଦୌଡ଼ ଅଭ୍ୟାସ କରୁଛି ବୋଲି ପ୍ରଦୀପ କହିଥିଲେ । ସକାଳେ ଦୌଡ଼ିବାକୁ କହି କାପ୍ରି ତାଙ୍କୁ ଗାଡ଼ିରେ ବସି ଘରକୁ ଯିବାକୁ ପୁଣି କହିବାରୁ ସେ କହିଲେ ଯେ, ସେତେବେଳେ ଦୌଡ଼ ଅଭ୍ୟାସ କରିବାକୁ ତାଙ୍କର ସମୟ ନାହିଁ। କାରଣ, ସେ ଉଠୁ ଉଠୁ ସବୁଦିନ ସକାଳ ୮ଟା ବାଜେ। ପୁଣି କାମକୁ ବାହାରିଯିବା ପୂର୍ବରୁ ତାଙ୍କୁ ରନ୍ଧାବଢ଼ା ଶେଷ କରିବାକୁ ପଡ଼େ । ତେଣୁ ସେ ରାତିରେ ଦୌଡୁଛନ୍ତି ବ‌େ‌ାଲି କହିଥିଲେ ।

- Advertisement -

ବିନୋଦ କପ୍ରି ପ୍ରଦୀପଙ୍କ କଥା ଶୁଣିବା ପରେ ତାଙ୍କୁ ସେନାରେ ଯୋଗ ଦେବା ନେଇ ଶୁଭେଚ୍ଛା ଜଣାଇଥିଲେ । ପରେ ନିଜ କାରରେ ଘରକୁ ଫେରିଥିଲେ । ପିଲାଟିର ସଂଘର୍ଷକୁ ମୋବାଇଲର କ୍ୟାମେରା‌ରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଆଉ ଏହି ଘଟଣା ଲୋକଙ୍କୁ ପ୍ରେରଣା ଦେବ ବୋଲି ସେ ଭାବିଥିଲେ । ହେଲେ ସତକୁ ସତ ଏହି ଭିଡିଓଟି ପୋଷ୍ଟ କରିବାର ମାତ୍ର ୩ ଘଣ୍ଟା ଭିତରେ ୭ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ଦେଖିବାକୁ ମିଳିଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories