କାଠମାଣ୍ଡୁ : ପଶ୍ଚିମ ନେପାଳର ଅଛାମ ଜିଲାରେ ଏକ ବଡ ଧରଣର ଅଘଟଣ ହେବା ନେଇ ଆଜି ଖବର ମିଳିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଫଳରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୦ ଜଣ ନିଖୋଜ ରହିବା ସହ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉପମୁଖ୍ୟ ଜିଲା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ଆବଶ୍ୟକ ଅନୁଯାୟୀ ଉଦ୍ଧାରକାରୀ ଦଳ ଓ ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Popular Categories



