www.samajalive.in
Thursday, December 11, 2025
27.1 C
Bhubaneswar

ପବିତ୍ର ପଞ୍ଚୁକ ଅବସରରେ ବ୍ଲକ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ନେମାଳ : ପୁରାଣ ପ୍ରସିଦ୍ଧ ପଦ୍ମବନ ପୀଠ ନେମାଳ ସିଦ୍ଧ ମହାପରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପରିସରରେ ଭୁମିପୁତ୍ର ସାହିତ୍ୟ ସଂସଦ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ସଂସ୍କୃତି ସମ୍ପନ୍ନ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଦେବେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ସୁଭଦ୍ରା ଦାସ, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍‍ ବାସୁଦେବ ପଣ୍ଡା, ମୁଖ୍ୟବକ୍ତା ଭାବେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦିଲ୍ଲୀପ ଦେ, ସମ୍ମାନୀତ ଅତିଥି ଭାବେ ଶ୍ରୀ ଅଚ୍ୟୁତସାରସ୍ୱତ ପରିଷଦ ସଂପାଦକ କାର୍ତିକ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ କାର୍ତ୍ତିକ ପଞ୍ଚୁକ ଅବସରରେ ମୁରୁଜ ପ୍ରତିଯୋଗିତା ଏକ ହୃଦୟଭରା ଆନନ୍ଦ ପ୍ରଦାନ କରିବା ସହ ସୃଜନ କଳାର ବିକାଶରେ ସାହାଯ୍ୟ ହୋଇପାରିଛି ବୋଲି ମତ ଦେଇଥିଲେ। ସଂସଦର ସଂପାଦକ ପରିବେଶବିତ୍‍ ପ୍ରମୋଦ କୁମାର ଦାଶ ଅତିଥି ପରିଚୟ, ସଂପାଦକୀୟ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେବା ପରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ୩୨ ଜଣ ପ୍ରତିଯୋଗୀଙ୍କ ବିଚାରକ ଭାବେ ସମାଜସେବୀ ବ୍ରଜବନ୍ଧୁ ବେଉରା, ଅଧ୍ୟାପକ ବିନୟ ଦାସ, ଡା. ରମେଶ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ପ୍ରତିଯୋଗିତାରେ କୁମ୍‍କୁମ୍‍ ଦେ ପ୍ରଥମ ସ୍ଥାନ, ସ୍ଥିତିପ୍ରଜ୍ଞା ଜେନା ଓ ମୋନାଲିସା ଜେନା ଯୁଗ୍ମଭାବେ ଦ୍ୱିତୀୟସ୍ଥାନ, ରଶ୍ମିତା ପଣ୍ଡା ଓ ଆୟସା ବେହେରା ଯୁଗ୍ମଭାବେ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ପ୍ରାକ୍ତନ ରାଜ୍ୟସଭା ସାଂସଦ ତଥା ଭାଷା ଆନ୍ଦୋଳନର ପୁରୋଧା ବୈଷ୍ଣବ ପରିଡାଙ୍କ ନିଧନରେ ଦୁଇ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ଟ୍ରଷ୍ଟର ଶରତ ମଲ୍ଲିକ, ଶିକ୍ଷକ ସୁରଥ ରାଉତ, ତିଳୋତମା ନାୟକ ପ୍ରମୁଖ ସହଯୋଗ କରିଥିଲା ବେଳେ ଶତାଧିକ ବ୍ୟକ୍ତି ବିଶେଷ ଯୋଗାଦାନ କରିଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories