ରଣପୁରଗଡ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହାଟସାହି ମାଛ ବଜାର ନିକଟରେ ଥିବା ମାଗି ବେହେରା ଙ୍କ ଚିକେନ ଦେ।କାନ ଏବଂ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ତେଜରାତି ଦୋକାନରେ ନିଆଁ ଲାଗି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଦୋକାନରେ ଥିବା ସାମଗ୍ରୀ ଏବଂ ନଗଦ ପ୍ରାୟ ୩ ଲକ୍ଷ ଟଙ୍କା ଜଳି ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତି ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ରଣପୁର ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ଅମରେନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ବିଦ୍ୟୁତ କାର୍ଯ୍ୟାଳୟକୁ ବିଦ୍ୟୁତ ସଯୋଗ କାଟିବାକୁ ଫୋନ୍ କରା ଯାଇଥିଲେ ମଧ୍ୟ ବିଦ୍ୟୁତ ବିଛିନ୍ନ ପାଇଁ ବହୁ ବିଳମ୍ଭ ହେ।ଇଥିଲା। ଫଳରେ ବିଳମ୍ବରେ ଅଗ୍ନି ଆୟତ୍ତ ହେ।ଇଥିଲା। ବିଦ୍ୟୁତ ପରିଚାଳକ ଯନ୍ତ୍ରୀ ସୁଦର୍ଶନ କଦମ ସିଂ ବିଦ୍ୟୁତ ବିଭାଗ ର ଅବହେଳା କୁ ଅସ୍ୱୀକାର କରିଥିଲେ। ଅପରପକ୍ଷେ ବିଦ୍ୟୁତ ବିଭାଗ ର ଜରୁରୀ ସେବା ରଣପୁର ରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି।
ସର୍ଟ ସର୍କିଟ୍ ରୁ ଜଳିଗଲା ଦୋକାନ !
Popular Categories



