www.samajalive.in
Saturday, December 6, 2025
16.1 C
Bhubaneswar

ସୁକମାରେ ନକ୍ସଲ କମାଣ୍ଡର ନିହତ

ରାୟପୁର: ଛତିଶଗଡର ସୁକମା ଜିଲାରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିଗୋଳା ଚାଳନା ଘଟଣାରେ ଜଣେ ନକ୍ସଲ କମାଣ୍ଡର ବସ୍ତା ଭୀମାର ମୃତ୍ୟୁ ଘଟିଛି । ମୃତ ନକ୍ସଲ କମାଣ୍ଡର ସୁରକ୍ଷା ବାହିନୀ ଉପରେ ହୋଇଥିବା ୯ଟି ଭୟଙ୍କର ଆକ୍ରମଣ ଘଟଣାରେ ସଂପୃ୍‍କ୍ତ ଥିଲା । ତା’ ମୁଣ୍ଡ ପାଇଁ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଜଣାଯାଇଛି ଯେ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଏବଂ ସିଆରପିଏଫର କୋବ୍ରା ୨୦୧ ବାଟାଲିଅନ ପକ୍ଷରୁ ମିଳିତ ଭାବରେ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବାବେଳେ ତାଡମେଟଲା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିଗୋଳା ଚାଳନା ଆରମ୍ଭ ହୋଇଯାଇଥିଲା । ସୁରକ୍ଷା ବାହିନୀର ପାଟ୍ରୋଲିଂ ଦଳ ତାଡମେଟଲା ଜଙ୍ଗଲକୁ ଘେରାଉ କରୁଥିବା ସମୟରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ସୁରକ୍ଷା ବାହିନୀ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ପରେ ଜଙ୍ଗଲ ଭିତରୁ ବସ୍ତା ଭୀମାର ମୃତଦେହକୁ ଠାବ କରାଯାଇଥିଲା । ସୂଚନାଯୋଗ୍ୟ ଯେ ୨୦୨୦ ମାର୍ଚ୍ଚରେ ମିନପାଠାରେ ହୋଇଥିବା ନକ୍ସଲ ଆକ୍ରମଣ ଘଟଣାରେ ମଧ୍ୟ ବସ୍ତା ଭୀମା ସଂପୃକ୍ତ ଥିଲା, ଯେଉଁ ଘଟଣାରେ ୧୭ ଜଣ ସୁରକ୍ଷା ବାହିନୀ ଯବାନଙ୍କର ପ୍ରାଣହାନି ଘଟିଥିଲା । ସେହିଭଳି ଗତବର୍ଷ ନଭେମ୍ବରରେ ବସ୍ତା ଭୀମା ଓ ତାହାର ସହଯୋଗୀମାନେ ଚିନ୍ତାଲନାର ଅଞ୍ଚଳରେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣରେ କୋବ୍ରା ବାହିନୀର ଜଣେ ସହକାରୀ କମାଣ୍ଡାଣ୍ଟଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୯ ଜଣ ଅ।।ହତ ହୋଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories