www.samajalive.in
Monday, December 8, 2025
14.1 C
Bhubaneswar

ଭାରତୀୟ ନୌସେନାକୁ ମିଳିଲା ନୂଆ ପତାକା, ଅନାବରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି କେବଳ ନୌସେନା ପାଇଁ ନୁହେଁ, ସାରା ଦେଶବାସୀଙ୍କ ପାଇଁ ଗୌରବର ଦିନ ଓ ସ୍ମରଣୀୟ ମୁହୁର୍ତ୍ତର ସମୟ। ଭାରତୀୟ ନୌସେନାର ପୁରୁଣା ପତାକା ତଥା ପ୍ରତୀକ ହଟାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନାର ଏହି ନୂଆ ପ୍ରତୀକ ତଥା ନୌସେନାର ନୂଆ ପତାକାକୁ ଅନାବରଣ କରିଛନ୍ତି ।
ବର୍ତ୍ତମାନ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନୌସେନାର ପତାକା ବଦଳିବା ସାରା ଦେଶବାସୀଙ୍କ ପାଇଁ ଏକ ଖୁସିର ଖବର । ଭାରତୀୟ ନୌସେନାର ନୂତନ ପତାକା ତଥା ପ୍ରତୀକ ଛତ୍ରପତି ଶିବାଜୀଙ୍କ ମୋହର ଦ୍ୱାରା ପ୍ରେରିତ ହୋଇଛି । ଏହାର ଉପର ବାମ ପାର୍ଶ୍ୱରେ ଜାତୀୟ ପତାକା ଏବଂ ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଏବଂ ଏହା ତଳେ ଲଙ୍ଗର ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଭାରତ ନିଜ ଉପରୁ ଏକ ପ୍ରତୀକ ତଥା ଦାସତ୍ୱର ଭାର ଓହ୍ଲାଇ ଦେଇଛି । ଆଜି ଠାରୁ ଭାରତୀୟ ନୌସେନାକୁ ଏକ ନୂତନ ପତାକା ମିଳିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଭାରତୀୟ ନୌସେନା ପତାକା ଉପରେ ଦାସତ୍ୱର ପରିଚୟ ରହିଆସିଥିଲା । କିନ୍ତୁ ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନୂତନ ନୌସେନା ପ୍ରତୀକ ସମୁଦ୍ର ତଥା ଆକାଶରେ ଉଡ଼ିବ ।

୧୯୩୪ ମସିହା ଅକ୍ଟୋବର ୨ ତାରିଖରେ ନୌସେନାର ନାମକୁ ‘ନାଭାଲ୍ ସର୍ଭିସ’ ନାମରେ ନାମିତ କରାଯାଇଥିଲା। ସେହି ଦିନଠାରୁ ଦେଶ ସ୍ୱାଧୀନ ହେବା ପର୍ୟ୍ୟନ୍ତ ନୌସେନାର ନାମ ‘ନାଭାଲ ସର୍ଭିସ’ ରହିଥିଲା। ଦେଶ ବିଭାଜନ ପରେ ଭାରତ ଓ ପାକିସ୍ତାନ ସେନା ବାହିନୀ ଗଠନ ହେଲା। ସେତେବେଳେ ନୌସେନାକୁ ରୟାଲ ଇଣ୍ଡିଆନ ନୌସେନା ଏବଂ ରୟାଲ ପାକିସ୍ତାନ ନୌସେନା ଭାବରେ ବିଭକ୍ତ କରାଯାଇଥିଲା।
ଏହାପରେ, ୧୯୫୦ ଜାନୁଆରୀ ୨୬ ତାରିଖରେ ରୟାଲ ଶବ୍ଦକୁ ଭାରତୀୟ ନୌସେନାରୁ ହଟାଇ ଦିଆଯାଇଥିଲା। ଏହାର ନାମରେ ପରିବର୍ତ୍ତନ କରାଯାଇ ଭାରତୀୟ ନୌସେନା ରଖାଯାଇଥିଲା। ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ପତାକା ନୌସେନା ପତାକାର ଉପର କୋଣରେ ରହିଥିଲା । ଯାହା ବଦଳରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଥିଲା। ଏବେ ନୂତନ ପତାକାରେ ଥିବା କ୍ରସ୍ ସଙ୍କେତକୁ ହଟାଯାଇପାରିବ। ପତାକା ଭିତରେ ଥିବା କ୍ରସ୍ ହେଉଛି ସେଣ୍ଟ ଜର୍ଜଙ୍କର ପ୍ରତୀକ। ପୂର୍ବରୁ ମଧ୍ୟ ନୌସେନା ପତାକାରେ ହୋଇଛି ପରିବର୍ତ୍ତନ। ୨୦୦୧ ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ନୌସେନାର ପ୍ରତୀକ ପରିବର୍ତ୍ତନ କରାଯାଇଥିଲା। ଯେଉଁଥିରେ ନୌସେନାର ଧଳା ପତାକା ମଝିରେ ଜର୍ଜ କ୍ରସ୍ ହଟାଇ ଦିଆଯାଇଥିଲା। ପତାକାର ଉପର ବାମ ପଟ ସ୍ଥାନରେ ତ୍ରିରଙ୍ଗାକୁ ଅକ୍ଷୁର୍ଣ୍ଣ ରଖାଗଲା। ତେବେ ଏହି ପରିବର୍ତ୍ତନ ନିଷ୍ପତ୍ତି ଦୀର୍ଘ ସମୟ ପର୍ୟ୍ୟନ୍ତ ଲମ୍ବି ରହିଥିଲା । ଏହି ପରିବର୍ତ୍ତନ ସମ୍ପର୍କୀତ ପ୍ରସ୍ତାବ ଭାଇସ ଆଡମିରାଲ ଭିଆଇସି ବାରବୋଜାଙ୍କ ପକ୍ଷରୁ ଆସିଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories