www.samajalive.in
Wednesday, December 10, 2025
18.1 C
Bhubaneswar

ନବରାତ୍ର ପୂଜା ଆରମ୍ଭ

କଂଟାବାଞ୍ଜି : କଂଟାବାଞ୍ଜି ସହରରେ ଆଜିଠାରୁ ମା’ ଦୁର୍ଗାଙ୍କ ପୀଠ ଓ ମଣ୍ଡପରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି। କୋଭିଡ୍‍ କଟକଣା ଅନୁସାରେ ପୂର୍ତ ବିଭାଗ କଲୋନୀ ସ୍ଥିତ ରାମେଶ୍ୱର ମନ୍ଦିର ପରିସର ଦୁର୍ଗା ମନ୍ଦିର, ସହରର ରାମ ମନ୍ଦିର ପରିସର ପୀଠ, ଗାୟତ୍ରୀ ମନ୍ଦିର ପୀଠ ଓ ଦୁର୍ଗା ମଣ୍ଡପ ପୁରାନୀ ବସ୍ତି ମଣ୍ଡପ ଏବଂ ବଜାର ସ୍ଥିତ ଦୁର୍ଗା ମଣ୍ଡପରେ ନବରାତ୍ର ପୂଜା ରୀତିନୀତିରେ ଆରମ୍ଭ ହୋଇଯାଇଛି। ଏହା ନବମ ଦିନ ଧରି ଚାଲିବ, ରାମେଶ୍ୱର ବାବା ମନ୍ଦିର ପରିସର ମା’ଙ୍କ ପୀଠରେ ପ୍ରାତ କଳସ ଅଧିବାସ ପରେ ମହାସ୍ନାନ ସହ ୧୦୮ ପ୍ରଦୀପ ପ୍ରଜ୍ୱଳନର ଶୁଭାରମ୍ଭ ହୋଇଯାଇଥିବା ବେଳେ ୯ ଦିନ ଧରି ଚଣ୍ଡି ପାଠ ଚାଲିଥିବା ବେଲେ ସଂଧ୍ୟା ଆଳତୀ ସହ ମାଁ ଙ୍କ ହବାନ ଓ ୧୦୮ ଆହୁତି ସହ ଦୈନିକ ହୋମ ଯଜ୍ଞ କରାଯାଉଛି। ଏଠାରେ କର୍ତ୍ତା ଭାବେ ଚକ୍ରଧର ସାହୁ, ଧର୍ମପତ୍ନୀ ସୂର୍ଯ୍ୟବାଳା ସାହୁଙ୍କ ସହ ପୂଜକ ଭାବେ ସଂଜୟ ମହାପାତ୍ର ଓ ସହଯୋଗୀ ଭାବେ ପୂଜାରେ ପାଣ୍ଡବ ବଚ୍ଛା, ଦାୟୀତ୍ୱ ନିର୍ବାହ କରୁଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories