www.samajalive.in
Thursday, December 11, 2025
26.1 C
Bhubaneswar

ବୋହି ଯାଉଛି ପାଣି; ଲୋକେ ପାଉ ନାହାନ୍ତି

ସୁଆଣ୍ଡୋ: ବିଶୁଦ୍ଧ ପାଣି ମୁନ୍ଦିଏ ପିଇବା ପାଇଁ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ଟ୍ୟାପରୁ ପାଣି ବୋହି ଯାଉଛି । ତଦାରଖ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସମୟ ମିଳୁନି । ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀଗୋପାଳ-ଅଳଗୁମ ରାସ୍ତାର ବନପୁର ଛକ ନିକଟରୁ ମାତ୍ର ଦଶ ଫୁଟ ଦୂରତାରେ ରହିଛି ପାଣି ଷ୍ଟାଣ୍ଡ ଓ ଟାଙ୍କି । ସ୍ଥାନୀୟ ବଜାର ବ୍ୟବସାୟୀ ଓ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଉକ୍ତ ନିର୍ମାଣ କାମ କରାଯାଇ ଥିଲା । ପାଣି ଟାଙ୍କି ନିର୍ମାଣ ହୋଇଛି ହେଲେ ପାଇପ ସଂଯୋଗ ହୋଇନି । ସ୍ଥାନୀୟ ବ୍ୟବସାୟୀ ସୂର୍ୟ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ କହନ୍ତି ଯେଉଁ ଦିନଠାରୁ ପାଣି ଷ୍ଟାଣ୍ଡ ବସିଛି ସେହି ଦିନଠାରୁ ଏମିତି ପାଣି ଗହିର ଓ ଖାଲଖମାକୁ ବୋହି ଚାଲିଛି । ଏ ସଂପର୍କରେ ଜେଇ କହନ୍ତି ଏହାର ଦାୟୀତ୍ୱ ପଞ୍ଚାୟତକୁ ଦିଆଯାଇଛି। ସେମାନେ ଏହାର ରକ୍ଷଣାବେକ୍ଷଣ କରିବା କଥା । ରାସ୍ତା ପାର୍ଶ୍ୱ ପାଣି ପୋଷ୍ଟଗୁଡିକର ଅସାମାଜିକ ଲୋକମାନେ ଖୋଲି ନେଉଥିବା ଓ ଭାଙ୍ଗି ଦେଉଛନ୍ତି ବୋଲି କହିଥିଲେ । ଏଠାର ବ୍ୟବସାୟୀମାନେ ସମସ୍ତଙ୍କ ନଜରକୁ ଏ କଥା ଆଣିଥିଲେ ହେଁ କେହି ଦୃଷ୍ଟି ଦେଉନାହାନ୍ତି ବୋଲି କହନ୍ତି । ସତ୍ୟବାଦୀରେ ମଧୁର ଜଳର ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଜଳ ସଂରକ୍ଷଣ ପାଇଁ ସରକାର ବହୁବିଧ ପଦକ୍ଷେପ ନେଇ ଚାଲିଥିବା ବେଳେ ଏଠାରେ ଜଳ ଅପଚୟକୁ ସାଧାରଣରେ ନିନ୍ଦା କରାଯାଉଛି । ତେବେ ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories