ସମାଜ ଡିଜିଟାଲ ଡେସ୍କ: ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଉଦବେଗ ପ୍ରକାଶ କଲେ ନବୀନ । ନବୀନ କହିଛନ୍ତି ଆମେ ଏଠାରେ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କିମ୍ବା ନନ୍ଦିଘୋଷ ରଥ ଟାଣିବାରେ ଅଜଥା ବିଳମ୍ବ ପାଇଁ ପ୍ରଶାସନକୁ ଦାୟୀ କରିବାକୁ ଆସି ନାହୁଁ । ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡିକ ଯେଉଁଭାବେ ଘଟିଲା ତା’ ଉପରେ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହି ହେବ ନାହିଁ । ଗତ ବର୍ଷ ଆଡପ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ପଡି ଯାଇଥିଲେ । ଏହା ଅଗଣିତ ଭକ୍ତଙ୍କୁ ଆଘାତ ଦେଇଥିଲା । ଯାହାକୁ ଭୁଲିବା କଷ୍ଟକର ।
ଏବର୍ଷ, ଆମେ ଦେଖିଲୁ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ସନ୍ଧ୍ୟା ୭ଟା ୪୫ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା । ଦିନ ଶେଷ ହେବା ପୂର୍ବରୁ ମାତ୍ର ୧୦୦ମିଟର ଆଗକୁ ଗତି କରିଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ଭାବେ ହତାଶ ଓ ନିରାଶ କରିଛି । ଖରାପ ଭିଡ଼ ନିୟନ୍ତ୍ରଣ ହେତୁ ଶତାଧିକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି । ଆମେ କେବଳ ପ୍ରାର୍ଥନା କରୁଛୁ । ଏହି ବର୍ଷ ରଥଯାତ୍ରାରେ ଭୟଙ୍କର ଅବ୍ୟବସ୍ଥା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଜଗନ୍ନାଥ କ୍ଷମା କରନ୍ତୁ । ମୁଁ ଆଶା କରୁଛି, ସରକାରରେ ସମସ୍ତଙ୍କ ପାଇଁ ଏହା ଗଭୀର ଆତ୍ମନିରୀକ୍ଷଣକୁ ଆଣିବ ବୋଲି ଉଲ୍ଳେଖ କରିଛନ୍ତି ବିରୋଧୀ ଦଳ ନେତା ।
We aren’t here to point fingers or blame the administration for yesterday’s inordinate delay in pulling the Nandighosha chariot. But it’s impossible not to voice our deep concern and anguish over how things unfolded during the most sacred event in our State.
It’s hard to forget… pic.twitter.com/VWZ6wvYaZV
— Naveen Patnaik (@Naveen_Odisha) June 28, 2025



