ସମାଜ ଡିଜିଟାଲ ଡେସ୍କ: ନୂଆପଡାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲକପ୍ଟର ଯାଞ୍ଚ କରାଯାଇଛି । ସୋମବାର ନବୀନ ନୂଆପଡାରେ ପ୍ରଚାର ପାଇଁ ଯାଇଥିବା ବେଳେ ସେହି ସମୟରେ ତାଙ୍କ ବିମାନର ଯାଞ୍ଚ କରାଯାଇଥିଲା । ଏନେଇ ନୂଆପଡା ଜିଲ୍ଲାପାଳ ଏକ୍ସରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଉପନିର୍ବାଚନ ଚାଲିଥିବାରୁ ଯାଞ୍ଚ କରାଯାଇଛି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ଯାଞ୍ଚହୋଇଛି । ଫ୍ଲାଇ ସ୍କ୍ୱାର୍ଡ ଟିମର ୪ଜଣ ଓ ଭିଡ଼ିଓ ସର୍ଭେଲାନ୍ସ ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଛି ।
In view of the upcoming #Nuapada Bye-Election 2025, the Flying Squad Team–4 and Video Surveillance Team conducted a thorough checking of Shri Naveen Patnaik, Leader of the Opposition and BJD President flight and helicopter as part of the enforcement measures under the MCC. pic.twitter.com/4jaIneLzn6
— Collector & DM, Nuapada (@DM_Nuapada) November 3, 2025



