ଜଟିଳ ବ୍ୟବସାୟ ପ୍ରଶାସନରେ ହିସାବର ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ‘ଅଧିକ ଜଟିଳ ବ୍ୟବସାୟ ପ୍ରଶାସନରେ ହିସାବର ଭବିଷ୍ୟତ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନ୍ତଃବିଷୟକ ଗବେଷଣା ଉପରେ ଗୁରୁତ୍ବାରୋପ କରିବା ସହ ପରିବର୍ତ୍ତିତ ବ୍ୟବସାୟରେ ଜଟିଳ ହିସାବ କିଭଳି ସହଜରେ କରାଯାଇପାରିବ ସେଥିନେଇ ଭିନ୍ନ ଭିନ୍ନ ନୂତନ କୌଶଳ ଆପଣେଇବାକୁ ପରାମର୍ଶ ଦେଇଥିଲେ।

ଉଦଘାଟନ ଉତ୍ସବରେ ନାଲକୋ ପରିଚାଳଚାନା ନିର୍ଦେଶକ ଶ୍ରୀଧର ପାତ୍ର ଯୋଗଦେଇ ସରଳ ଏବଂ ଜଟିଳ ହିସାବ କ’ଣ ତାହା ତାହା ଉପରେ ବକ୍ତବ୍ୟ ରଖିଥିଲେ। ଡିଜିଟାଲ ଯୁଗରେ ହିସାବ ଆହ୍ବାନ ସୃଷ୍ଟି କରିଥିବାବେଳେ ପ୍ରଯୁକ୍ତିବିଦ୍ୟାର ବିପ୍ଳବ ଫଳରେ ଏହା ସହଜ ହୋଇପାରିଛି। ବ୍ୟବସାୟକୁ ସାଇବର ଅପରାଧ ଓ ବିଭିନ୍ନ ତ୍ରୁଟିରୁ କିପରି ରକ୍ଷା କରାଯାଇପାରିବ ସେଥିପାଇଁ ତତ୍ପର ହେବାକୁ ସେ ପରାମର୍ଶ ଦେଇଥିଲେ। ଏଏସବିଏମ କୁଳପତି ପ୍ରଫେସର ରଞ୍ଜନ କୁମାର ବଳ ସାମ୍ପ୍ରତିକ ସମୟରେ ଜଟିଳ ହିସାବ କିଭଳି ସହଜରେ କରିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। କଲିକତା ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ପ୍ରଫେସର ଆଶିସ କୁମାର ସାନା, ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା, ଆଲୋଚନାଚକ୍ରର ଆବାହକ ରବୀନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଉଦଯାପନୀ ଉତ୍ସବରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର ଜୟନ୍ତ କୁମାର ପରିଡ଼ା, ପ୍ରଫେସର ସାମସନ ମହାରଣା, ନିରଞ୍ଜନ ମିଶ୍ର, ଗ୍ରୀଡ଼କୋ ନିର୍ଦେଶକ ଗଗନ ବିହାରୀ ସ୍ବାଇଁ, ସଞ୍ଜୀବ କୁମାର ମହାନ୍ତି, ସତ୍ୟସୁନ୍ଦର ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ପ୍ରଫେସର ଚନ୍ଦ୍ରିକା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.