ଲାକ୍ଷାଦ୍ଵୀପର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଲାକ୍ଷାଦ୍ଵୀପର ବିକାଶ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଆଜି ଅପରାହ୍ନରେ ଅଗାତୀ ଦ୍ୱୀପରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦୀ କହିଛନ୍ତି ଯେ ଦ୍ୱୀପପୁଞ୍ଜରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ବିକାଶ ପାଇଁ ସରକାର ଅନେକ ଆଧୁନିକ ସୁବିଧା ଯୋଗାଇ ଦେଇଛନ୍ତି।

ଅଗାତୀ ବିମାନବନ୍ଦରରେ ସ୍ଥାପିତ ବରଫ କାରଖାନା ସାମୁଦ୍ରିକ ଖାଦ୍ୟ ରପ୍ତାନି ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଗରିବ ଲୋକଙ୍କୁ ଘର, ବିଦ୍ୟୁତ୍, ଶୌଚାଳୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି।

ଦୁଇ ଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଲାକ୍ଷାଦ୍ଵୀପ ଦ୍ୱୀପପୁଞ୍ଜରେ ୧ ହଜାର ୧୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ପକାଇବେ।

Comments are closed.