www.samajalive.in
Friday, December 12, 2025
19.1 C
Bhubaneswar

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ: ତୁଟିଲା ୧୩ ବର୍ଷର ବୈବାହିକ ବିବାଦ, ସମାଧାନ ହେଲା ୪୨,୩୮୪ ମାମଲା

ଭୁବନେଶ୍ୱର: ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଓ ଦୌରାଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ  ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ଟାଙ୍ଗୀ ଓ ବେଗୁନିଆସ୍ଥିତ ବିଚାର ବିଭାଗୀୟ ଅଦାଲତ ପରିସରରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା । ଏଥିରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ୍‌ ବାଉନ୍ସ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ ଓ ବିଦ୍ୟୁତ, ପାରିବାରିକ ଏବଂ ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ୱ, ଖାଉଟି ବ୍ୟାପାର ପରି ବହୁ ଜନଉପଯୋଗୀ ମାମଲାର ବିଚାର କରାଯାଇଥିଲା । ବିଭିନ୍ନ ଅଦାଲତରେ ଆଗତ ୬୪,୮୮୦ଟି ମାମଲା ମଧ୍ୟରୁ ସର୍ବମୋଟ ୪୨,୩୮୪ଟି ମାମଲାର ଚୂଡ଼ାନ୍ତ ଫଇସଲା ଆପୋଷ ଆଲୋଚନା ମାଧ୍ୟମରେ କରାଯାଇଥିଲା । ଏହି ମାମଲାଗୁଡ଼ିକରେ ସମୁଦାୟ ୪୭,୮୫,୦୦,୫୯୦ ଟଙ୍କା ଜରିମାନା/ରାଜସ୍ୱ ଆଦାୟ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ପ୍ରକାଶ ଥାଉ କି, ଏକ ସମ୍ବେଦନଶୀଳ ପାରିବାରିକ ବୈବାହିକ ମାମଲାରେ ପରିବାର ଅଦାଲତ ଜଜ୍‌ ଶ୍ରୀ ନରେଶ ମହାନ୍ତି ୨୦୧୧ ମସିହାରୁ ବିଚାରାଧିନ ଥିବା ବୈବାହିକ ମାମଲାର ବାରମ୍ବାର ଆପୋଷ ଆଲୋଚନା କରି ଉଭୟ ପକ୍ଷଙ୍କୁ ମିଳାମିଶା କରାଇ ଏକତ୍ର ସହାବସ୍ଥାନ ପାଇଁ ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଥିଲେ ।

- Advertisement -

ସେହିପରି ଚଳିତ ୨୦୨୩ ବର୍ଷରେ ୪ ଥର ରାଷ୍ଟ୍ରୀୟ ଲୋକ ଅଦାଲତ ଓ ୪ ଥର ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ପ୍ରାଧିକରଣଙ୍କ ପକ୍ଷରୁ ଆୟୋଜନ କରାଯାଇଛି । ଚଳିତ ଲୋକ ଅଦାଲତକୁ ମିଶାଇ ସମୁଦାୟ ୪,୩୪,୬୩୧ଟି ମାମଲା ଆଗତ କରି ରେକର୍ଡ ସଂଖ୍ୟକ ୩,୧୪,୯୬୯ଟି ମାମଲାର ଫଇସଲା କରାଯାଇଛି ଏବଂ ସର୍ବମୋଟ ୧୫୫,୨୩,୬୨,୯୪୭ ଟଙ୍କା ରାଜସ୍ୱ/ଜରିମାନା/ବୀମାରାଶି/ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।
ଉକ୍ତ ଲୋକ ଅଦାଲତରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ ଅଧିକାରୀ, ଆଇନଜୀବୀ, କୋର୍ଟ ମ୍ୟାନେଜର ଏବଂ ଅଦାଲତ କର୍ମଚାରୀ, ପ୍ରାଧିକରଣଙ୍କ କର୍ମଚାରୀ, ଡିଫେନ୍ସ କାଉନ୍‌ସିଲ୍‌ମାନେ ଉପସ୍ଥିତ ରହିଥିଲେ ।

ଶେଷରେ ଉକ୍ତ ଲୋକ ଅଦାଲତର ସଫଳତା ପାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଜଜ୍‌ ତଥା ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୌଦାମିନୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories