ନୂଆଦିଲ୍ଳୀ: ଭିଡ଼ ହିଂସା ମନ୍ତବ୍ୟ ପରେ ବିବାଦୀୟ ହୋଇପଡ଼ିଥିବା ଅଭିନେତା ନାସିରୁଦ୍ଦିନ ଶାହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଅନ୍ୟ ଦେଶର କଥାରେ ମୁଣ୍ଡ ନ ପୁରାଇ ନିଜ କଥା ଚିନ୍ତା କରି ବୋଲି କଡ଼ା ଜବାବ ଦେଇଛନ୍ତି। ‘ଭାରତରେ ଗାଈର ଜୀବନ ଜଣେ ପୁଲିସ କର୍ମଚାରୀଙ୍କ ଜୀବନ ତୁଳନାରେ ମୂଲ୍ୟବାନ’ ବୋଲି କହିବା ପରେ ନାସିରୁଦ୍ଦିନ ବିବାଦ ଘେରକୁ ଆସିଯାଇଥିଲେ। ଏହି ପ୍ରସଙ୍ଗରେ ଇମ୍ରାନ୍ କହିଥିଲେ ଯେ ‘ସଂଖ୍ୟାଲଘୁଙ୍କ ସହିତ କିପରି ବ୍ୟବହାର କରିବାକୁ ହୁଏ ତାହା ମୁଁ ନରେନ୍ଦ୍ର ମୋଦୀଙ୍କୁ ଶିଖାଇବି।’ ଏହାର ପ୍ରତ୍ୟୁତ୍ତରରେ ନାସିରୁଦ୍ଦିନ କହିଛନ୍ତି ଯେ ଆମେ ୭୦ ବର୍ଷର ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ। ଆମେ ଆମ ସମସ୍ୟା ସମାଧାନ କରିବା ଜାଣିଛୁ। ଯେଉଁ ପ୍ରସଙ୍ଗ ସହିତ ସମ୍ପୃକ୍ତି ନାହିଁ ସେହି ବିଷୟରେ ଇମ୍ରାନ୍ ମୁଣ୍ଡ ନ ଖେଳାଇ ନିଜ ଦେଶର ସମସ୍ୟା ସମାଧାନ ଦିଗରେ ମନୋନିବେଶ କରିବା ଉଚିତ।
Popular Categories



