www.samajalive.in
Saturday, December 6, 2025
16.1 C
Bhubaneswar

ସେବା ଓ ସେବକ ସପ୍ତାହ : ନର୍ଲା ନଗର ପରିକ୍ରମା କଲେ ହାଇସ୍କୁଲ ଛାତ୍ରଛାତ୍ରୀ

ନର୍ଲା :ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ,ପରମ ତ୍ୟାଗୀ,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ପୁଣ୍ୟତିଥିକୁ ନେଇ ଦାସେ ଆପଣେଙ୍କ ନିଜସ୍ବ ସୃଷ୍ଟି,ଶତାୟୁ ଦୈନିକ ଖବର କାଗଜ ” ସମାଜ ” ତରଫରୁ ଗତ  ଜୁନ ୨୯ ତାରିଖରୁ ପାଳିତ ହେଉଛି ସେବା ଓ ସେବକ ସପ୍ତାହ । ଜିଲ୍ଲା ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ  ସେବା ଓ ସେବକ ସପ୍ତାହ ପାଳିତ ହୋଇଯାଇଛି । ଉତ୍କଳମଣି ଗୋପବନ୍ଧୁଙ୍କର ୯୪ ତମ ପୁଣ୍ୟତିଥି ଅବସରରେ ଗତ ଜୁନ ୨୯ ରୁ ଜୁଲାଇ ୫ ଯାଏଁ ୭ ଦିନ ଧରି ସେବା ଓ ସେବକ ସପ୍ତାହ ପାଳନ ଚାଲିଥିବା ବେଳେ ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ ଆଜି ସ୍ମୃତିଚାରଣ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟରେ ଏକ ସାଧାରଣ ସଭା କରି ଏଥିରେ ଉତ୍କଳମଣି ଗୋପବନ୍ଧୁଙ୍କ ଓଡିଶା ପ୍ରତି ଅତୁଳନୀୟ ଅବଦାନ ଏବଂ ଓଡିଶା ବାସୀଙ୍କ ପାଇଁ କରିଯାଇଥିବା ସେବା ବିଷୟରେ ସ୍ମୃତି ଚାରଣ କରାଯାଇଥିଲା । ଗୋପବନ୍ଧୁ କେବଳ ବ୍ୟକ୍ତି ନୁହନ୍ତି,ସେ ଓଡିଆ ଜାତିର ଶକ୍ତି ବୋଲି ସ୍ମୃତି ସଭାରେ ମତଦାନ କରିଥିଲେ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ । ଏହାପରେ ଏକ ଭବ୍ୟ ଶୋଭାଯାତ୍ରା ନର୍ଲା ହାଇସ୍କୁଲରୁ ବାହାରି ନର୍ଲା ନଗର ପରିକ୍ରମା କରିଥିଲା । ଏଥିରେ ନର୍ଲା ସମାଜ ପ୍ରତିନିଧି ମନୋଜ କୁମାର ଷଡଙ୍ଗୀ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ନର୍ଲା ବିଧାୟକ ଭୁପିନ୍ଦର ସିଂହଙ୍କ ସୌଜନ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ବରିଷ୍ଠ କର୍ମଚାରୀ ସୁବାସ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories