www.samajalive.in
Sunday, December 7, 2025
26.1 C
Bhubaneswar

ନିୟମିତ ଖାଆନ୍ତୁ ଗୋଟିଏ କଦଳୀ ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଆପଣ ଅନେକ ସମୟରେ ଡାକ୍ତର ଓ ବୟୋଜ୍ୟେଷ୍ଠଙ୍କ ମୁହଁରୁ ମଧ୍ୟ ଶୁଣିଥିବେ ନିୟମିତ ଗୋଟିଏ ସେଓ ଖାଇଲେ ଅନେକ ଲାଭ ମିଳେ। ଯେପରି ନିୟମିତ ଗୋଟିଏ ସେଓ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ସେଭଳି ନିୟମିତ ଗୋଟିଏ କଦଳୀ ଖାଇବା ମଧ୍ୟ ବେଶ ଉପକାରୀ। ସାଧାରଣତଃ ଲୋକେ ଅଧିକ ଭୋକ ଲାଗିବା ହେଉ କିମ୍ବା ସକାଳର ଜଳଖିଆ,ବ୍ରତ ସମୟରେ କଦଳୀ ଖାଇଥାଆନ୍ତି। ତେବେ ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ।
କଦଳୀ ଖୁବ ସ୍ୱାସ୍ଥ୍ୟକର ହେବା ସହ ସ୍ୱାଦିଷ୍ଟ ମଧ୍ୟ। ଏଥିରେ ଅନେକ ଆବଶ୍ୟକୀୟ ପୋଷକ ତତ୍ତ୍ୱ ରହିଛି। ଯାହା ପାଚନକୁ,ହୃଦୟକୁ ସୁସ୍ଥ ରଖିବା ସହ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। କଦଳୀରେ ଫାଇବର ଅଧିକ ପରିମାଣରେ ରହିଛି। ଯାହା ପେଟକୁ ଠିକ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ମଧୁମେହ ରୋଗୀ ଅନେକ ସମୟରେ ଦ୍ୱନ୍ଦ୍ୱରେ ଥାଆନ୍ତି କେଉଁ ଫଳ ସେବନ କରିବେ। କଦଳୀର ସ୍ୱାଦ ମିଠାଳିଆ ହୋଇଥିବାରୁ ଏହା ଠାରୁ ଦୂରେଇ ରହିଥାଆନ୍ତି। ମାତ୍ର ରିପୋର୍ଟ ଅନୁଯାୟୀ, ମଧୁମେହ ରୋଗୀ କଦଳୀ ଖାଇବା ଉଚିତ,କାରଣ ଏଥିରେ ଫାଇବର ରହିଛି। ଫାଇବର ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
ଯେଉଁମାନଙ୍କର ହୃଦୟ ଜନିତ ସମସ୍ୟା ରହିଛି.ସେମାନେ ମଧ୍ୟ କଦଳୀ ଖାଇବା ଉପକାରୀ। ଏଥିରେ ଭିଟାମିନ ସି, ଫାଇବର,ପୋଟାସିୟମ,ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହା ହୃଦୟକୁ ସୁସ୍ଥ ରଖିଥାଏ। ଫାଇବର ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦ ରୋଗର ଆଶଙ୍କା ମଧ୍ୟ କମ ଥାଏ।
କଦଳୀରେ ଫାଇବର ଥିବା ସହ ଏହା ଜଳୀୟଅଂଶର ଅଭାବକୁ ମଧ୍ୟ ଦୂର କରିଥାଏ। ପାଚନକୁ ସୁସ୍ଥ ରଖିଥାଏ। ପେଟ ଖରାପ ଥିବା ସମୟରେ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଗ୍ୟାଷ୍ଟ୍ରିକ ଓ ପେଟ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ।
ରକ୍ତ ଚାପ ସଠିକ ନ ରହି ଅଧିକ ଓ କମ ହେଉଥିଲେ ଓ ଜଲଦି ଥକ୍କାପଣ ଅନୁଭବ ହେଉଥିଲେ ତେବେ କଦଳୀ ନିଶ୍ଚୟ ଖାଆନ୍ତୁ। ଏଥିରେ ଭରପୁର ପରିମାଣରେ ପୋଟାସିୟମ ରହିଛି। ଏହା ଶରୀରରେ ରକ୍ତ ସଞ୍ଚାଳନ ସଠିକ ରଖିଥାଏ।
କଦଳୀ ଖାଇବା ଦ୍ୱାରା ହାଡ ମଜଭୂତ ହୋଇଥାଏ। କଦଳୀରେ ଥିବା ଏକ ପ୍ରକାର ବ୍ୟାକ୍ଟେରିଆ ଖାଦ୍ୟରୁ କ୍ୟାଲସିୟମକୁ ଶୋଷଣକୁ କରି ହାଡକୁ ମଜଭୂତ କରିଥାଏ।
କଦଳୀରେ ପ୍ରଚୁର ମାତ୍ରାରେ ଆଇରନ ରହିଛି। ଯାହା ରକ୍ତ ଅଭାବକୁ ଦୂର କରିଥାଏ।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories