www.samajalive.in
Wednesday, December 10, 2025
18.1 C
Bhubaneswar

ନାରଙ୍ଗବସ୍ତରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶୀତଳ ଷଷ୍ଠୀ ଉତ୍ସବ

ଗୁରୁଡିଝାଟିଆ :  ମଞ୍ଚେଶ୍ୱର ଗ୍ରାମପଞ୍ଚାୟତ ନାରଙ୍ଗବସ୍ତ ଗ୍ରାମର ନିଳକଣ୍ଠେଶ୍ୱରଙ୍କ ଶିବ ବିବାହ ତଥା ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ଅନୁଷ୍ଠିତ ୪ଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞର ଗୁରୁବାର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ସ୍ୱାଇଁ, ନାରଙ୍ଗବସ୍ତ ଗ୍ରାମ କମଟି ସଭାପତି କିରଣ ବିହାରୀ ଖଟୁଆଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗାଁ ମୁରବୀ ଇନ୍ଦ୍ରମଣି ରାଉତ, କାର୍ତ୍ତିକ ଚନ୍ଦ୍ର ଖଟୁଆ, ରାଜକିଶୋର ଖଟୁଆ, ପ୍ରେମାନନ୍ଦ ମଳିକ, ପ୍ରଫୁଲ ଚନ୍ଦ୍ର ଖଟୁଆ, କବିଚନ୍ଦ୍ର ସାହୁ, ଅନାମ ଚରଣ ସାମଲ, ବିକାଶ ଚନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ରହି ଶିବ ପାର୍ବତୀ ବିବାହ ଉତ୍ସବ ଓ ମହାଯଜ୍ଞରେ ସକ୍ରିୟ ଭୂମିକା ତୁଳାଇଥିଲେ । ଧରିତ୍ରୀ ଭୂଷଣ ପ୍ରତିହାରୀ ଯଜ୍ଞ କର୍ତ୍ତାଭାବରେ କାର୍ଯ୍ୟନିର୍ବାହ କରିଥିବା ବେଳେ ଗାଁର ଆଧ୍ୟାତ୍ମିକ ପ୍ରେମୀ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ପ୍ରଭୂଙ୍କ ବିବାହ ଉତ୍ସବରେ ଅଂଶଗ୍ରହଣ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories