www.samajalive.in
Thursday, December 11, 2025
27.1 C
Bhubaneswar

ମହିଳାଙ୍କ ଆଦର୍ଶ ଥିଲେ ନନ୍ଦିନୀ ଶତପଥୀ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ସୁସାହିତ୍ୟିକା, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଷୋଡ଼ଶ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସ୍ଥାନୀୟ ସୂର୍ଯ୍ୟନଗରଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ, ଭୂ-ସଂସ୍କାର ଆଇନ, ଯୌତୁକ ବିରୋଧରେ ଅଭିଯାନ, ଆଦିବାସୀ ହରିଜନଙ୍କ ପାଇଁ କାମ ସହିତ ମହିଳାମାନଙ୍କ ପାଇଁ ବହୁ ପ୍ରକାର କାର୍ଯ୍ୟକ୍ରମ ଓ ସଂସ୍କାର ତାଙ୍କ ଶାସନ କାଳ ମଧ୍ୟରେ କରିପାରିଥିଲେ।

 

- Advertisement -

ଏହା ସହିତ କେନ୍ଦ୍ରମନ୍ତ୍ରୀ ଭାବେ, ଜଣେ ସୁଲେଖିକା ଭାବେ ଓଡ଼ିଶାର ସମ୍ମାନ ଓ ସ୍ୱାଭିମାନକୁ ଦେଶ ବିଦେଶରେ ପହଞ୍ଚାଇ ପାରିଥିଲେ। ବହୁ ସମ୍ମାନ ଓ ପୁରସ୍କାର ପାଇବା ସହିତ ଲୌହମାନବୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ସରକାରଙ୍କ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ବିଜୟ ପରିଡ଼ା, ସଂଯୋଜକ ବାପୁ ଓଝା, ରମେଶ ଚନ୍ଦ୍ର ପାତାଳସିଂହ, ରୋହିତ କୁମାର ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories