www.samajalive.in
Sunday, December 7, 2025
26.1 C
Bhubaneswar

ନାକଚଣି ପାଟର ହେବ ପୁନରୁଦ୍ଧାର ; ଇକୋଟୁରିଜିମ ପାର୍କ, ଅଂଚଳର ଆଲୋକ ହେବ ବର୍ତ୍ତିକା

ଚୌଦ୍ୱାର : ଚୌଦ୍ୱାର ଥାନା କୟଳପଡା ପଞ୍ଚାୟତର ନୁଆପାଟଣା ଗ୍ରାମ ସ୍ଥିତ ନାକଚଣି ପାଟର ହେବ ପୁନରୁଦ୍ଧାର । ୫ଟି ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ମଧ୍ୟ କରାଯିବା ନେଇ ସରକାରୀ ସ୍ଥରରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ତରଫରୁ ୩୦ଟି ଜିଲ୍ଲାରେ ବିଜ୍ଞାନ ପାର୍କ ଓ ପ୍ଲାନେଟେରିୟମ କରାଯିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି। ପ୍ରଥମ  ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏହି ପାର୍କ ଓ ପ୍ଲାନେଟେରିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୨୦ଟି ଜିଲ୍ଲାରେ କାର୍ଯ୍ୟ କରାଯିବ। ଏଥି ସହିତ ଏଠାରେ ନିର୍ମାଣଧିନ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ରୂପରେଖ ପାଇବା ପରେ ଏହା ଅଂଚଳର ଆଲୋକ ବର୍ତ୍ତିକା ହୋଇପାରିବ ବୋଲି ଶନିବାର ବିଜ୍ଞାନ ଓ ପ୍ରଯୁକ୍ତି  ବିଭାଗ ମନ୍ତୀ ଅଶୋକ ପଣ୍ଡା କହିଛନ୍ତି।  ସମୁଦାୟ ୧୨୬ ଏକର ପରିମିତ ତଥା ମହାନଦୀ କୁଳରେ ଥିବା ଓ ମହାନଦୀରୁ ଭୁୟାଁଜୋର ଦେଇ ନାକଚଣି ପାଟକୁ ସଂଯୋଗ କରୁଥିବା ୧୨୬ ଏକର ପରିମିତ ଏହି ପାଟକୁ ପଞ୍ଚାୟତରାଜ, ଜଳସଂପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ବିଜ୍ଞାନ ଓ କାରିଗରୀ ବିଭାଗ, ସସ୍କୃତି ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଟୁରିଜିମର ଏକ ହବ୍ ସେଣ୍ଟର ପ୍ରତିଷ୍ଠା ହେବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଥିଲେ । ଏଠାରେ ଜନସାଧାରଣ ଗୋଟିଏ ସ୍ଥାନରେ ଏକ ପ୍ଲାନେଟୋରିୟମ,ସାଇନ୍ସ ପାର୍କ,ସୁନ୍ଦର ଜଳାଶୟ,ମନୋରମ ପରିବେଶକୁ ଉପଭୋଗ କରିପାରିବା ସହିତ ଏହି ହବ୍ ସେଣ୍ଟର ଅଞ୍ଚଳର ଆର୍ଥିକ ବିକାଶରେ ସହାୟକ ହେବ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ  ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ପୁର୍ଣ୍ଣଚନ୍ଦ୍ର ମିଶ୍ର,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କର,ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା,ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅଜୟ ମଲ୍ଲିକ,ବିଡିଓ ବିନୋଦ କୁମାର ସେନାପତି,ବ୍ଲକ ଉପାଧ୍ୟକ୍ଷା ଜାନକୀ ପରିଡା,ସରପଞ୍ଚ ରଶ୍ମୀରଞ୍ଜନ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଶ୍ରଧର ରାଉଳଙ୍କ ସମେତ ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories