www.samajalive.in
Saturday, December 6, 2025
16.1 C
Bhubaneswar

ନିଖୋଜର ୩ ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲା ପରିବାର

ନାକଟିଦେଉଳ: ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ଗ୍ରାମରେ ଜଣେ ଯୁବତୀ ନିଖୋଜ ହେବାର ତିନି ଦିନ ପରେ ରବିବାର ସକାଳୁ ଉଲଗ୍ନ ଅବସ୍ଥାରେ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ଭିତରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ସାହେବୀ ଗ୍ରାମ ମନ୍ଦିର ସାହିର ସ୍ୱପ୍ନା ମାଟିଆରୀଙ୍କ ସାନ ଝିଅ ସୁବାସିନୀ ମାଟିଆରୀ।

ପ୍ରାପ୍ତ ସୂଚନା ଅନୁସାରେ, ସୁବାସିନୀ ମାଟିଆରୀ ଗତ ୩୦ ତାରିଖ ଦିନ ପ୍ରାୟ ୧୦ଟା ସମୟରେ ଘର ନିକଟ ସୁଆଗି ଝରଣ ନାଳକୁ ଏକାକୀ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ସେଠାକୁ ଯାଇଥିବାବେଳେ ନାଳ ଖଣ୍ଡିରେ ସୁବାସିନୀଙ୍କ ଚପଲ, ପୋଷାକ ଏବଂ ମୋବାଇଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥି ସହିତ ଅଖପାଖ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନ ମିଳିବାରୁ ସେହିଦିନ ଅପରାହ୍ନରେ ତାଙ୍କ ଝିଅ ନିଖୋଜ ଥିବା ନେଇ ସୁବାସିନୀଙ୍କ ବାପା ନାକଟିଦେଉଳ ଥାନାରେ ଅଭିଯୋଗ କରି ତାଙ୍କ ଘର ପାଖ ହରି ବେହେରା ନାମକ ଯୁବକ ଝିଅକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ସନ୍ଦେହ କରାଯାଉଥିବା ଯୁବକଙ୍କୁ ପଚରା ଉଚରା କରି ଫେରିଆସିଥିଲା। ଏଣେ ଝିଅକୁ ତିନି ଦିନ ହେଲା ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇଯାଇଥିବାବେଳେ ରବିବାର ସକାଳୁ ନିକଟସ୍ଥ ଝାରବେଡା ପାଣ୍ଡରିପଶି ସାହିର କିଛି ମହିଳା ନିକଟସ୍ଥ କଉଁଶଗୁଜ ଜଙ୍ଗଲ ପାଖରେ ଥିବା ଧାନ ଜମିକୁ ଘାସ ବାଛିବାକୁ ଯାଇଥିବାବେଳେ ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ତେବେ ସେମାନେ ଦୁର୍ଗନ୍ଧ ଆସୁଥିବା ସ୍ଥାନକୁ ଯାଇ ଏକ ଖାଲ ଭିତରେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନାକଟିଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ଏବଂ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କ ଗଳିତ ମୃତଦେହ ଜବତ କରି ଛାନ୍ ଭିନ୍ ଆରମ୍ଭ କରିଛନ୍ତି। ଏହାସହ ଘଟଣାରେ ଗ୍ରାମର ହରିହର ବେହେରାଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories