www.samajalive.in
Sunday, December 7, 2025
16.1 C
Bhubaneswar

ବେନେଟ୍‍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ; ସାରା ବିଶ୍ୱରୁ ଛୁଟୁଛି ଅଭିନନ୍ଦନର ସୁଅ

ତେଲଆଭିଭ (ଇସ୍ରାଏଲ): ବାରବର୍ଷ କାଳ ଇସ୍ରାଏଲ ପ୍ରଧାନମନ୍ତ୍ରୀ ରହିଥିବା ବେଞ୍ଜାମିନ ନେତନ୍ୟାହୁଙ୍କ ଶାସନରେ ଅନ୍ତ ଘଟିଛି। ତାହାସହିତ ନଫତାଲି ବେନେଟ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବେନେଟ ଶପଥ ନେବାପରେ ଅଷ୍ଟ୍ରିଆଠାରୁ ଆମେରିକା ପର୍ଯ୍ୟନ୍ତ ବିଶ୍ୱର ଅନେକ ରାଷ୍ଟ୍ର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବେନେଟଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଛନ୍ତି। ବାଇଡେନ କହିଛନ୍ତି ଯେ, ବିକଳ୍ପ ପ୍ରଧାନମନ୍ତ୍ରୀ ବେନେଟ ଏବଂ ବୈଦେଶିକ ମନ୍ତ୍ରୀ ୟାଇର ଲାପିଡଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଗାମୀ ଦିନରେ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଅଧିକ ନିବିଡ ହେବା ସେ ଆଶା ପ୍ରକାଶ କରିଛନ୍ତି। ଟାଇମ୍ସ ଅଫ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ବେନେଟ ଶପଥ ନେବାର ଦୁଇ ଘଣ୍ଟା ପରେ ବାଇଡେନ ତାଙ୍କୁ ଫୋନ କରିଥିଲେ। ଏହାର ଜବାବରେ ବେନେଟ ଇସ୍ରାଏଲ ଏବଂ ତାହାର ନିରାପତ୍ତା ପାଇଁ ଆମେରିକାର ସମର୍ଥନକୁ ଧନ୍ୟବାଦ ଜଣାଇଥିଲେ। ବ୍ରିଟେନ ମଧ୍ୟ ବେନେଟଙ୍କୁ ଅଭିନନ୍ଦନ ଜଣାଇଛି। ଇତିମଧ୍ୟରେ ଜର୍ମାନୀର ଚାନସେଲର ଆଞ୍ଜେଲା ମର୍କେଲ ବେନେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବେନେଟ ଜଣେ ଦକ୍ଷିଣପନ୍ଥୀ ଜାତୀୟତାବାଦୀ ଏବଂ ସେ ଜଣେ ଅରବପତି। ଯଦି ଏହି ସରକାର ଦୀର୍ଘକାଳ କାର୍ଯ୍ୟ କରିବାକୁ ସମର୍ଥ ହୁଏ ତେବେ ତାଙ୍କ ସହିତ ବୈଦେଶିକ ମନ୍ତ୍ରୀ ଭାବରେ ଶପଥ ନେଇଥିବା ୟାଇର ଲାପିଡ ବେନେଟଙ୍କ ସ୍ଥାନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ସୂଚନାଯୋଗ୍ୟ ଯେ ବାମଠାରୁ ଦକ୍ଷିଣପନ୍ଥୀ ପର୍ଯ୍ୟନ୍ତ, ଧର୍ମନିରପେକ୍ଷ ଠାରୁ ନେଇ ଧର୍ମୀୟ ଦଳଗୁଡିକ ପର୍ଯ୍ୟନ୍ତ ମୋଟ ଆଠଟି ଦଳ ଏକ ସହମତିରେ ପହଞ୍ଚିବାପରେ ନେତନ୍ୟାହୁଙ୍କ ସ୍ଥାନରେ ବେନେଟଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାପିତ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories