www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା ଖାଉଛି ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାସହ ଦୁର୍ଘଟଣା ଜନିତମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ସଡକଦୁର୍ଘଟଣାରେ ଶତାଧିକ ଲୋକଙ୍କର ଜୀବନ ଚାଲିଯାଉଛି। ଯାହାକି ଚିନ୍ତାର ବିଷୟ ପାଲଟିଛି। ଗତ ତିନିବର୍ଷ ମଧ୍ୟରେ ଜିଲାରେ ମୋଟ ୬୦୧ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ପ୍ରାୟ ମୋଟ ୩୧୮ ଜଣଙ୍କର ଜୀବନ ଯାଇଛି।
ତଥ୍ୟ ଅନୁସାରେ ୨୦୧୮ ମସିହାରେ ୨୨୪ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୧୦୭ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୯ ମସିହାରେ ୨୨୦ଟି ସଡକ ଦୁର୍ଘଟଣା ଘଟି ୧୧୪ ଜଣ ମୃତ୍ୟୁବରଣ କରିଥିବାବେଳେ ଗତ ୨୦୨୦ ମସିହା ନଭେମ୍ବର ମାସ ସୁଦ୍ଧା ୧୫୭ଟି ଦୁର୍ଘଟଣା ଘଟି ୧୦୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଜିଲାର ସମସ୍ତ ୧୨ଟି ଥାନା ନବରଙ୍ଗପୁର, ପାପଡାହାଣ୍ଡି, ତେନ୍ତୁଳିଖୁଣ୍ଟି, କୋଡିଙ୍ଗା, କୋଷାଗୁମୁଡା, ଖାତିଗୁଡା, ଉମରକୋଟ, ଡାବୁଗାଁ, ଝରିଗାଁ, ରାଇଘର, ଚନ୍ଦାହାଣ୍ଡି ଓ କୁନ୍ଦେଇ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।ବିଶେଷ କରି ରାସ୍ତାର ଦୂରାବସ୍ଥା, ଜାତୀୟ ରାଜପଥରେ ଦୃତଗାଡି ଚାଳନା ଓ ମଦ୍ୟପାନ କରି ଗାଡିଚାଳନା କରିବା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଛି।

ଏହାବ୍ୟତୀତ ଜିଲାରେ ବହୁ ସଂଖ୍ୟାରେ ଯାନବାହନ ବୃଦ୍ଧି ପାଉଥିବାବେଳେ ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ମଧ୍ୟ ଯାନବାହନ ଚଳାଉଥିବା ଅଭିଯୋଗ ହେଇଛି। ଜିଲାରେ ଅଧିକାଂଶ ଟ୍ରାକ୍ଟର ଓ ଅଟୋ ଚାଳକମାନଙ୍କର ଡ୍ରାଇଭିଂ ନଥିବା କୁହାଯାଉଥିବାବେଳେ ଏହାର ନିୟମିତ ଭାବେ ଯାଞ୍ଚ କରାଯାଉନଥିବାରୁ ଏହା ଦୁର୍ଘଟଣାର ଅନ୍ୟତମ କାରଣ ମଧ୍ୟ ହୋଇଛି। ବାଇକ୍‍ଚାଳକମାନେ ହେଲିମେଟ୍‍ ବ୍ୟବହାର କରୁନଥିବାବେଳେ କାର ଚାଳକ ମାନେ ସିଟ ବେଲଟ୍‍ ବାନ୍ଧୁନଥିବାରୁ ଦୁର୍ଘଟଣାର ଶୀକାର ହେଲେ ମୃତ୍ୟୁମୁଖରେ ପଡିବାକୁ ବାଧ୍ୟ ହେଉଛନ୍ତି। ଯାନବାହନରେ ଓଭର ଲୋଡିଂ, ଅଧିକ ଲୋକ ବସାଇବା, କମ୍‍ବୟସ ଚାଳକ ମାନେ କେତେକ ଟାକ୍ସି, ମିନିଟ୍ରକ, ଟ୍ରାକ୍ଟର, ଅଟୋ ଓ ବାଇକ ପ୍ରଭୃତି ଚଳାଉଥିବାରୁ ଏହା ମଧ୍ୟ ଦୁର୍ଘଟଣାର କାରଣ ପାଲଟିଛି। ତେବେ ଜିଲାରେ ସଡକ ସୁରକ୍ଷା ସଚେତନତା ସପ୍ତାହପାଳନକୁ ବ୍ୟାପକ କରିବା ସହ ଜନସଚେତନା କରାଇବାର ଆବଶ୍ୟକତା ରହିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories