www.samajalive.in
Wednesday, December 10, 2025
18.1 C
Bhubaneswar

ମାଛଚାଷରେ ସ୍ୱାବଲମ୍ବୀ ହେବ ନବରଙ୍ଗପୁର,  ଲକ୍ଷ୍ୟ ୭.୫କୋଟି ମାଛଜାଆଁଳା ଉତ୍ପାଦନ

ନବରଙ୍ଗପୁର:ମାଛଚାଷରେ ସ୍ୱାବଲମ୍ବୀ ହେବା ପାଇଁ ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଲାଭଜନକ ମାଛ ଚାଷକୁ ପ୍ରାଧାନ୍ୟ ଦିଆଯାଇ ଜିଲାର ମଧୂରଜଳରେ ସର୍ବାଧିକ ମାଛଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତ ତିନି ବର୍ଷ ହେଲା ଏଥିପାଇଁ ପର୍ଯ୍ୟାୟ କ୍ରମେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି।ଜିଲାରେ ଚଳିତ ବର୍ଷ ୭.୫କୋଟି ମାଛ ଜାଆଁଳା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୩.୫ କୋଟି ମାଛ ଜାଅାଁଳା ଉତ୍ପାଦନ ସରିଛି। ଏଥିପାଇଁ ଜିଲା ମତ୍ସ୍ୟ ବିଭାଗ ଓ କେନ୍ଦ୍ରୀୟ ମଧୁରଜଳ ଜୀବ ପରିପାଳନ ସଂସ୍ଥାନ, ଭୂବନେଶ୍ୱର ପକ୍ଷରୁ ଜିଲାରେ ୫ଟି ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର କରାଯାଇଛି। ଏଥିରେ ରୋହି , ଭାକୁର, ମିରିକାଳୀ, ଅମୂରକର୍ପ ଭଳି ମାଛ ଜାଅାଁଳଉତ୍ପାଦନ କରିବା ସହ ଚିଙ୍ଗୁଡି ଓ ମୁକ୍ତା ଚାଷ ମଧ୍ୟ କରାଯାଉଛି

ନବରଙ୍ଜିଗପୁର ଜିଲାରେ ୫ଟି ମାଛ ଜାଆଁଳା ଉତ୍ପାଦନକେନ୍ଦ୍ର ମଧ୍ୟରେ ଉମରକୋଟର ୟୁଭି- ୨, ନବରଙ୍ଗପୁରବ୍ଲକର ତାରାଗାଁ, କୋଷାଗୁମୁଡାବ୍ଳକର କର୍ଚ୍ଚାମାଳ, ନବରଙ୍ଗପୁରବ୍ଳକର କୁସୁମଝର ଓ ତେନ୍ତୁଳିଖୁଣ୍ଟିବ୍ଳକର କପୁରଜଳ ଭଣ୍ଡାରରେ ମାଛ ଜାଅାଁଳା କେନ୍ଦ୍ର କରାଯାଇଛି। ପୂର୍ବରୁ ଏହି ମାତ୍ର ୩.୫ ଲକ୍ଷ ମାଛ ଜାଆଁଳା ଉତ୍ପାଦନ କରାଯାଉଥିଲା। ସେଥିମଧ୍ୟରୁ ସରକାରୀ ଭାବେ ୧.୫ ଲକ୍ଷ ଓ ବେସରକାରୀ ଭାବେ ୨ଲକ୍ଷ ଜାଆଁଳା ଉତ୍ପାଦନ କରାଯାଉଥିଲା। ଜିଲାର ମାଛ ଚାଷୀମାନେ ବାହାର ଜିଲା ଓ ଅନ୍ୟ ରାଜ୍ୟରୁ ମାଛ ଜାଆଁଳା କ୍ରୟ କରୁଥିଲେ। ଏବେ କିନ୍ତୁ ଜିଲାରେ ମାଛ ଚାଷ ସ୍ୱାବଲମ୍ବୀ ହୋଇଥିବାବେଳେ ଏଠିକାର ମାଛ ଜାଆଁଳା ଅନ୍ୟ ଜିଲା ଓ ପଡୋଶୀ ଛତିଶଗଡ ରାଜ୍ୟକୁ ମଧ୍ୟ ବିକ୍ରି ହେଉଥିବା ଜଣାପଡିଛି। ଜିଲାରେ ବାର୍ଷିକ ପ୍ରାୟ ୧୦ହଜାରେ ମେଟ୍ରିକ୍‍ଟନ ମାଛ ଆବଶ୍ୟକ ପଡୁଥିବାବେଳେ ଜିଲାରେ ୯ହଜାର ମେଟ୍ରିକଟନ୍‍ ମାଛ ଉତ୍ପାଦନ କରାଯାଉଛି। ଅନ୍ୟ ପ୍ରାୟ ୧ହଜାର ମେଟ୍ରିକ ଟନ ମାଛ ଜିଲା ବାହାର ତଥା ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶରୁ ଆସୁଛି।

- Advertisement -

 

ଚଳିତ ବର୍ଷଶେଷ ସୁଦ୍ଧା ମାଛଚାଷରେ ଜିଲା ସ୍ୱାବଲମ୍ବୀ ହେବା ସହ ଆଉ ପୋଡଶୀ ଜିଲା ଓ ରାଜ୍ୟ ଉର୍ପର ନିର୍ଭର କରିବାକୁ ପଡିବନି। ଏଥିପାଇଁ ଚୁଡାନ୍ତ କାର୍ଯ୍ୟଖଡଡା ପ୍ରସ୍ତୁତ କରାଯାଇଛି। ଜିଲାର ମଧୂର ଜଳରେ ଚିଙ୍ଗୁଡି ଉତ୍ପାଦନ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ କରାଯାଇଛି। ଜିଲାରେ ମୋଟ ୪୫୦୦ଟି ପୋଖରୀ ରହିଛି। ସେଥିମଧ୍ୟରୁ ୨୦୦୦ ଟି ବ୍ୟକ୍ତିଗତ ପୋଖରୀ ହୋଇଥିବାବେଳେ ଗ୍ରାମପଞ୍ଚାୟତ ଅଧିନରେ ୨୫୦୦ ଟି ସରକାରୀ ପୋଖରୀ ରହିଛି। ଏହି ପୋଖରୀଗୁଡିକର ମାଛ ଚାଷ ଓ ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଲିଜ୍‍ ଦିଆଯାଇଛି। ଏହା ବ୍ୟତୀତ ଚଳିତବର୍ଷ ଜିଲାର ମୋଟ ୮୫ ଜଣ ଚାଷୀଙ୍କୁ ପ୍ରୋତ୍ସାହନ କରାଯାଇ ୭୦ ହେକ୍ଟର ଜମିରେ ୨୫୦ଟି ପୋଖରୀ ଖୋଳା ଯାଇଛି। ପୋଖରୀ ଖୋଳିବା ପାଇଁ ସରକାରୀ ଋଣ ସହ ସବ୍‍ସିଡି ପ୍ରଦାନ କରାଯାଇଛି। ପ୍ରତିବର୍ଷ ଆହୁରି ଅଧିକ ନୂତନ ପୋଖରୀ ଖୋଳିବାକୁ ଲକ୍ଷ୍ୟ ରଖାଯାଇଛି। ମାଛଚାଷୀଙ୍କୁ ଆକୃଷ୍ଟ ଓ ପ୍ରୋତ୍ସାହନ କରିବାକୁ ଚଳିତବର୍ଷ ଜିଲା ସ୍ତରୀୟ ମାଛ ମେଳା ଓ ପ୍ରଦର୍ଶନୀ କରାଯାଇଥିଲା। ଏଥିରେ ମାଛଚାଷୀଙ୍କୁ ତାଲିମ ମଧ୍ୟ ଦିଆଯାଇଥିଲା। ଚଳିତବର୍ଷ ଜିଲାର ସମସ୍ତ ପୋଖରୀରେ ମାଛଚାଷ କରାଯିବା ଲକ୍ଷ୍ୟ ରଖାଯାଇଛି। ତେବେ ଏହି ଅଗଷ୍ଟ ମାସ ସୁଦ୍ଧା ମୋଟ ୩.୭କୋଟି ମାଛଜା ଜାଆଁଳା ବଡପୋଖରୀକୁ ଛଡାଯିବ। ଜିଲାର କୁସୁମଝର ଜଳଭଣ୍ଡାର, ଭାସ୍କଲ ଜଳଭଣ୍ଡାର, କହ୍ନେଇମୁଣ୍ଡା ଜଳଭଣ୍ଡାର ଓ ଇନ୍ଦ୍ରାବତୀ ପ୍ରକଳ୍ପର କପୁର, ପୋଡାଗଡ ଓ ଦେଓପାଲି ଜଳଭଣ୍ଡାରରେ ମାଛଜାଅାଁଳା ଛଡାଯିବ ବୋଲି ଜଣାପଡିଛି। ବଳକା ଜାଆଁଳାକୁ ଜିଲା ଓ ରାଜ୍ୟବାହାରକୁ ବିକ୍ରି କରାଯିବ ଓ ଅନ୍ୟ ଜାଅାଁଳାକେନ୍ଦ୍ର ଗୁଡିକରେ ହିଁ ରଖାଯିବ। ଜିଲାର ଖାଉଟି ମାନଙ୍କୁ ଜୀବନ୍ତ ମାଛବିକ୍ରି କରାଯିବାପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ନବରଙ୍ଗପୁର ସହରରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ପୈାରପାଳିକା ପକ୍ଷରୁ ସ୍ୱତନ୍ତ୍ର ମାଛ ବଜାର ନିର୍ମାଣ କରାଯାଉଛି। ଏଠାରେ କେବଳ ଜୀବନ୍ତ ମାଛ ବିକ୍ରି କରାଯିବ। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲାର ମାଛଚାଷ ପ୍ରତି ଗୁରୁତ୍ୱ ଦିଆଯାଇ ରାଜ୍ୟର ପ୍ରଥମ ଭାବେ ନବରଙ୍ଗପୁର ମାଛଚାଷର ସ୍ୱାବଲମ୍ବୀ ଜିଲା ହେବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories