ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଂଚଳରେ ଚାଲିଥିବା ବିଭିନ୍ନ ଜୁଆ ଅଡ୍ଡା ଉପରେ ଚଢାଉ କରି ବିପୁଳ ଟଙ୍କା ସହ ମୋବାଇଲ, ବାଇକ, କାର ଆଦି ଜବତ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ପାପଡାହାଣ୍ଡି ଅଂଚଳରେ ବ୍ୟାପକ ଜୁଆ ଖେଳ ଚାଲିଥିବା ସୂଚନା ପାଇ ନବରଙ୍ଗପୁର ଏସପି ପ୍ରହ୍ଲାଦ ସାହାଇ ମିନାଙ୍କ ନିର୍ଦେଶରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନଙ୍କ ତତ୍ୱାବଧାନରେ ଥାନା ଅଧିକାରୀ ସୂବେନ୍ଧୁ ଶବରଙ୍କ ନେତୃତ୍ୱରେ ପାପଡାହାଣ୍ଡି ଓ ଏହାର ଆଖପାଖ ଜଙ୍ଗଲରେ ଚାଲିଥିବା ଜୁଆ ଖେଳ ଉପରେ ଚଢାଉ କରିଥିଲା। ଗତ ୧୨ ମେ’ରେ ଏକ ଜୁଆ ଅଡ୍ଡାରେ ଚଢାଉ କରି ୭୯,୭୦୦ ଟଙ୍କା ସହ ୧୪ଟି ବାଇକ, ୫ଟି ମୋବାଇଲ ଏବଂ ୪ ଜଣକୁ ଗିରଫ କରିଥିଲେ। ସେହିପରି ଗତ ୨୬ ତାରିଖରେ ଆଉଏକ ଅଡ୍ଡା ଚଢାଉ କରି ସେଠାରୁ ୧ ଲକ୍ଷ ୩୦ ହଜାର ୫୦୦ ଟଙ୍କା, ଗୋଟିଏ କାର, ଗୋଟିଏ ବୁଲେଟ, ଗୋଟିଏ ସ୍କୁଟି, ୩ଟି ମୋବାଇଲ ଏବଂ ୩ ଜଣକୁ ଗିରଫ କରିବା ସହ ଗତ କାଲି ରାତ୍ରରେ ପାପଡାହାଣ୍ଡି ହରିଣ ପାର୍କ ନିକଟରେ ଏକ ସ୍ଥାନରେ ଚଢାଉ କରି ୪୫ ହଜାର ଟଙ୍କା, ୫ଟି ମଟର ସାଇକେଲ ସହ ୭ ଜଣକୁ ଗିରଫ କରିଛି।
ସବୁକୁ ମିଶାଇ ୧୫ ଦିନ ବ୍ୟବଧାନରେ ପାପଡାହାଣ୍ଡି ପୋଲିସ ୨ ଲକ୍ଷ ୨୫ ହଜାର ୨୦୦ ଟଙ୍କା ସହ ୨୧ଗୋଟି ମଟର ସାଉକେଲ,୧୨ ଗୋଟି ମୋବାଇଲ ସହ ଏଥିରେ ସମ୍ପୃକ୍ତ ୧୪ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନଙ୍କ ଉପସ୍ଥିତରେ ଥାନା ଅଧିକାରୀ ଶ୍ରୀ ଶବର ସୂଚନା ଦେଇଛନ୍ତି।



