www.samajalive.in
Saturday, December 6, 2025
16.1 C
Bhubaneswar

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ପରଘରେ କଟୁଛି ଜୀବନ

ନବରଙ୍ଗପୁର: ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଘର ନାହିଁ,ବର୍ଷ ବର୍ଷ ଧରି ପର ଘରେ ଟିକେ ଆଶ୍ରୟ ମାଗି ଦିନ କାଟୁଛନ୍ତି ବିଧବା ମହିଳା। ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ସରପଞ୍ଚଠାରୁ ଆରମ୍ଭ କରି ବିଡ଼ିଓ, ସ୍ଥାନୀୟ ଜନପ୍ରତିନିଧି ପର୍ଯ୍ୟନ୍ତ ଗୁହାରି କରିଥିଲେ। ତେବେ ବିଧବାଙ୍କ ଦୁଃଖ ହୁଝିବାକୁ କାହାପାଖରେ ସମୟ ନାହିଁ। କେହିବି ବି ଶୁଣୁ ନାହାନ୍ତି। ଏପରି କି ଆବାସ ଯୋଜନାରେ ନାମ ଥିଲେ ମଧ୍ୟ ପାତର ଅନ୍ତର କରି ପକ୍କା ଘର ଖଣ୍ଡେ ଯୋଗାଇ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ବିଧବା ମହିଳା। ନିଜର ଘର ଖଣ୍ଡେ ନ ଥିବାରୁ ସେ ପରଘରେ ମୁଣ୍ଡଗୁଞ୍ଜି ଜୀବନ ଅତିବାହିତ କରୁଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ସଦର ମହକୁମାର ଠାରେ ରହୁଥିବା ବିଧବା ମହିଳା ବିଳାସ ଟାକ୍ରି। ସ୍ୱାମୀ ଛାଡ଼ି ଚାଲିଗଲା ପରେ ଏବେ ପରିବାର କହିଲେ ଦୁଇ ଜଣ। ରହିବାକୁ ଘର ଖଣ୍ଡେ ନାହିଁ କି ନୂଆ ଘର ତିଆରି କରିବାକୁ ହାତରେ ସମ୍ବଳ ନାହିଁ। ବହୁ କଷ୍ଟରେ ଏକ ମାତ୍ର ପୁଅ ସହ ପର ଘରେ ଆଶ୍ରୟ ନେଇଛନ୍ତି। ସରକାରଙ୍କ ତରଫରୁ ସାହାଯ୍ୟ କହିଲେ ବିଧବା ଭତ୍ତା ମାସକୁ ୫ଶହ ଟଙ୍କା ଓ ଦୁଇଜଣଙ୍କୁ ୧୦ କିଲୋ ଚାଉଳ ମିଳୁଛି। ଏତିକିରେ ଗୋଟିଏ ମାସ ଚଳିବାକୁ ମଧ୍ୟ କଷ୍ଟ ହେଉଛି। ତେଣୁ ଓଳିଏ ଖାଇଲେ ଦୁଇଓଳି  ଉପବାସ ମଧ୍ୟ ରହିବାକୁ ପଡ଼ୁଛି। ଯଦ୍ୱାରା କି ପରିବାର ଚଳାଇବା ପାଇଁ ବିଧବା ମହିଳା ଜଣକ ପର ଘରେ କୁଲି କାମକରି ପେଟ ପୋଷୁଥିବା କହିଛନ୍ତି।  ବାରମ୍ବାର ଏହି ସବୁ ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କଠାରୁ  ଆରମ୍ଭ କରି ବିଡ଼ିଓ,ଜିଲ୍ଲାପାଳ,ଜନପ୍ରତିନିଧି ମାନଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ବିଧବା ମହିଳା ବିଳାସ।  କେତେଦିନ ଆଉ ଆମକୁ ପର ଲୋକ ଆଶ୍ରୟ ଦେବେ ତେଣୁ ଆମକୁ ରହିବାକୁ ଘର ଖଣ୍ଡେ ଦିଅ ସରକାର ବୋଲି ଅନୁରୋଧ କରିଛନ୍ତି। ଖୁବଶୀଘ୍ର ବିଧବା ମହିଳା ବିଳାସ ଟାକ୍ରିଙ୍କୁ ପକ୍କା ଘର ସହ ମାସକୁ ୩୫ କିଲୋ ଚାଉଳ, ଭୂମିହୀନମାନଙ୍କୁ  ଦିଆଯାଉଥିବା ଜାଗା ସହ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories