www.samajalive.in
Saturday, December 6, 2025
26.1 C
Bhubaneswar

ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ

ନବରଙ୍ଗପୁର : ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନୂତନ ଜିଲା କୋର୍ଟ ପରିସର ଠାରେ ବିଶ୍ଵ ପରିବେଶ ଦିବସ ୨୦୨୩ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନୂତନ ଜିଲା କୋର୍ଟ ପରିସରରେ ଚାରା ରୋପଣ କାର୍ୟ୍ୟକ୍ରମ କରାଯାଇଛି। ଏହି କାର୍ୟ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲା ଦୌରାଜର୍ଜ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲା ଦୌରାଜଜ ସଂଜୀବ ଦୁବେ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ପରିବାର ବିଚାରବିଭାଗୀୟ ଜର୍ଜ ଡକ୍ଟର ମୁନରାଣୀ ମିଶ୍ର, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରି ବିନୋଦ ବିହାରୀ ସାହୁ, ବରିଷ୍ଠ ଦେବାନୀ ଜର୍ଜ ତଥା ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଭ।ରପ୍ରାପ୍ତ ସଚିବ ଅନ୍ନପୂର୍ଣା ନାୟକ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା, ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ ଓ ଚାରା ରୋପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ଜିଲା କୋର୍ଟର କର୍ମଚାରୀ, ଆଇନଜୀବି ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ । ଏହି କାର୍ୟ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories