www.samajalive.in
Wednesday, December 10, 2025
18.1 C
Bhubaneswar

ଭିନ୍ନକ୍ଷମ ଛାତ୍ରଙ୍କୁ ଉପକରଣ ପ୍ରଦାନ କଲେ ଜିଲାପାଳ

ନବରଙ୍ଗପୁର:  ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ରାବନଗୁଡ଼ା ଗ୍ରାମର ଜଣେ ଆଠ ବର୍ଷର ଦିବ୍ୟାଙ୍ଗ ଛାତ୍ର ମୋହନ ମାଝିଙ୍କ ସମନ୍ଧରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନବରଙ୍ଗପୁର ଜିଲାପାଳ ଡଃ. କମଳ ଲୋଚନ ମିଶ୍ର ଏନେଇ  ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କୁ ଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।  ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଗ୍ରାମରୁ ଗତକାଲି ମୋହନଙ୍କୁ ନବରଙ୍ଗପୁର ଜିଲ୍ଲା ଭିନ୍ନକ୍ଷମ ପୁର୍ନରୁଥାନ କେନ୍ଦ୍ରକୁ ଆଣି ଆବଶ୍ୟକୀୟ ଦରକାରୀ ଉପକରଣ ଜିଲ୍ଲାପାଳ ଡଃ ମିଶ୍ରଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନବଘନ ସେଠୀ, ବିଭୁଦତ୍ତ ସେଠୀ, ଶିବ ପ୍ରସାଦ ସାହୁ, ଘନଶ୍ୟାମ ବେହେରା, ମିଥୁନ ତ୍ରିପାଠୀ, ତପନ ବେହେରା, ମହେନ୍ଦ୍ର ବିଷୋୟୀ   ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories