ନବରଙ୍ଗପୁର : ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ସଙ୍ଘ ତରଫରୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଜିଲ୍ଲାର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ଆଲୋଚନା ହୋଇଥିଲା ।ଏହି ସୌଜନ୍ୟ ମୁଳକ ସାକ୍ଷତ ସମୟରେ ରାଜ୍ୟ ସଂଘର ମହାସଚିବ ହାନେଷ ପାତ୍ର ବାଘ, ଜିଲ୍ଲା ସଭାପତି, ସୁଜିତ କୁମାର ପାଢୀ, ସମ୍ପାଦକ, ଦିଲ୍ଲୀପ କୁମାର ସ୍ୱାଇଁ, ବୈଦ୍ୟନାଥ ସାହୁ, ନୃସିଂହ ଚରଣ ମହାନ୍ତି, ବସନ୍ତ କୁମାର ନାୟକ, ପଙ୍କଜ କୁମାର କର୍କରା, ବାସ ନାୟକ, ଖଗପତି ନାୟକ, ମହେଶ୍ୱର ସରାବୁ, ଲଛମନ ଭତ୍ରା ପ୍ରମୁଖ ଯୋଗଦେଇଥିଲେ ।



