www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ କ୍ଷୁଦ୍ରଗ୍ରହ ଆବିଷ୍କାରକ ବନୀତା

ନବରଙ୍ଗପୁର : ନୂଆଦିଲ୍ଲୀସ୍ଥିତ ବାସ ଭବନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଥମ ଓଡିଆ କ୍ଷୁଦ୍ରଗ୍ରହ ଆବିଷ୍କାରକ ନବରଙ୍ଗପୁରର ଝିଅ ବନୀତା ଦାଶ। ସଂପ୍ରତି ନୂଆଦିଲ୍ଲୀର ଡିଆରଡିଓ ତଥା ବିଭିନ୍ନ ଗବେଷଣା ସଂସ୍ଥାର ପରିଭ୍ରମଣ ପାଇଁ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟର ମୁଖ୍ୟ ବୈଜ୍ଞାନିକ  ପରାମର୍ଶଦାତାଙ୍କ ଆମନ୍ତ୍ରଣକ୍ରମେ ବନୀତା ନୂଆଦିଲ୍ଲୀ ଯାଇଛନ୍ତି। ଜଣେ ସଫଳ ଛାତ୍ରୀ ମହାକାଶ  ବିଜ୍ଞାନୀ ଭାବେ ଓଡିଶାର ଝିଅ ବନୀତା ଏହି ମାଟିକୁ ଗର୍ବିତ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଭବିଷ୍ୟତରେ ବନୀତା ଜଣେ ମହାକାଶ   ବିଜ୍ଞାନୀ  ହୋଇ ମାନବଜାତିର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ। ଏସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରି ବନୀତାଙ୍କର ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି। ବନୀତା ସପରିବାର ପିତା ଅଧ୍ୟାପକ ବନବିହାରୀ ଦାଶ, ମାତା ତୃପ୍ତିରାଣୀ ଦାଶ ଓ ସାନଭାଇ ଅମର ଦାଶ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories