www.samajalive.in
Sunday, December 7, 2025
16.1 C
Bhubaneswar

ନବଜ୍ୟୋତି ବାଲେଶ୍ବର ସଦର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ !

ବାଲେଶ୍ବର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକ ବାଲେଶ୍ବର ସଦର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି । ବାଲେଶ୍ବର ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗରେ ଖାଲି ପଡ଼ିଥିବା ଏହି ଆସନରୁ ନବଜ୍ୟୋତିଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦେଇଥିବା ମନ୍ତବ୍ୟ ପରେ ଏ ନେଇ ଚର୍ଚା ଦାନା ବାନ୍ଧିଛି ।

ସମ୍ପ୍ରତି ତିର୍ତ୍ତୋଲରୁ ବିଷ୍ଣୁ ଦାସ ଓ ବାଲେଶ୍ବରରୁ ମଦନମୋହନଙ୍କ ପରଲୋକ ପରେ ଏହି ଦୁଇ ଆସନରେ ଉପନିର୍ବାଚନ ହେବା ଆପାତତଃ ନିଶ୍ଚିତ । ବ୍ୟବସ୍ଥା ଅନୁସାରେ ୬ ମାସ ମଧ୍ୟରେ ଏହି ନିର୍ବାଚନ କରାଯିବା କଥା । ପୂର୍ବରୁ କଂଗ୍ରେସ ଏଥିପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛି । ଦୁଇ ନିର୍ବାଚନମଣ୍ଡଳୀ ପାଇଁ ଦୁଇ ଜଣ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଉପନିର୍ବାଚନ ଦାୟିତ୍ବରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନବଜ୍ୟୋତିଙ୍କ ସପକ୍ଷରେ ମତ ଦେଇଛନ୍ତି । ଏ ସମ୍ପର୍କରେ ସେ ପିସିସି ସଭାପତିଙ୍କୁ ଅବଗତ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

- Advertisement -

ସେ କହିଛନ୍ତି ଯେ ନବଜ୍ୟୋତି ପଟ୍ଟନାୟକଙ୍କ ସପକ୍ଷରେ ବାଲେଶ୍ବରର କିଛି ନେତା ଓ ସରପଞ୍ଚ ମତ ଦେଇଛନ୍ତି । ସେ ପ୍ରାର୍ଥୀ ହେଲେ ବିଜେପି ଓ ବିଜେଡ଼ି ସହ କଡ଼ା ମୁକାବିଲା ହୋଇପାରିବ । ତେଣୁ ସେ ପ୍ରାର୍ଥୀ ହେବା ଦୃଷ୍ଟିରୁ ନବଜ୍ୟୋତି ସମସ୍ତଙ୍କର ପ୍ରଥମ ପସନ୍ଦ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories