www.samajalive.in
Sunday, December 7, 2025
15.1 C
Bhubaneswar

ପରପାରିରେ ବିଜୟ ମହାନ୍ତି : ‘ନାଗ ଫାଶ’ର ’ଚକା ଭଉଁରୀ’ କାଟି ଚାଲିଗଲେ ‘ସହରୀ ବାଘ’

ଭୁବନେଶ୍ବର: ଓଡ଼ିଆ ସିନେମାର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ତାଙ୍କର ଅବସ୍ଥା ଗୁରୁତର ହେବା ପରେ କେୟାର ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ତଥା ଓଡ଼ିଆ ସିନେମାର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ତନ୍ଦ୍ରା ରାୟ ଉପସ୍ଥିତ ଥିଲେ ।

କିଛିଦିନ ତଳେ ହାଇଦ୍ରାବାଦ ଯାଇଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ସେଠାକାର ଏକ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ସେ ଭୁବନେଶ୍ବରରେ ଫେରିଥିଲେ ଓ ନିୟମିତ ଚିକିତ୍ସାରେ ରହିଥିଲେ । ତେବେ ଆଜି ସନ୍ଧ୍ୟାରେ ପୁଣି ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଥିଲା । ତେଣୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କେୟାର ହସପିଟାଲର ଜଣେ ଡ଼ାକ୍ତର ଏହି ପରଲୋକ ଖବରକୁ ସ୍ବୀକାର କରିଛନ୍ତି ।

- Advertisement -

୧୯୭୭ ମସିହାରେ ବିଜୟ ଚିଲିକା ତୀରେ ଚଳଚିତ୍ର ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଚଳଚିତ୍ରଟି ସେତେବେଳେ ଜାତୀୟ ପୁରସ୍କାର ପାଇଥିଲା । ଏହାପରେ ସେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡାବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଫିଲ୍ମରେ ଅଭିନୟ ପରି ପ୍ରଶିଦ୍ଧି ପାଇଥିଲେ ।

ଏହାପରେ ସେ ଆରତୀ, ମମତା ମାଗେ ମୂଲ, ଏଇ ଆମ ସଂସାର, ଆମଘର ଆମ ସଂସାର, କିହେବ ଶୁଆ ପୋଶିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ  ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ପରି ବହୁ ଚଳଚିତ୍ରରେ ଅଭିନୟ କରିଥିଲେ । ସେ ଅଭିନୟ ସହ ନିର୍ଦେଶନା କ୍ଷେତ୍ରକୁ ମଧ୍ୟ ଓହ୍ଲାଇଥିଲେ । ଭୂଲି ହୁଏନା ନାମକ ଏକ ଚଳଚିତ୍ରର ସେ ନିର୍ଦେଶନା ଦେଇଥିଲେ ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ସେ ପ୍ରଫେସର ଭାବରେ ୧୯୭୭ ମସିହାରେ ଯୋଗ ଦେଇଥିଲେ । ଏହା ସହ ଦୂରଦର୍ଶନରେ ଆଶାର ଆଲୋକ, ଶ୍ରୀଜଗନ୍ନାଥ, ସୁଭଦ୍ରା, ସାରା ଆକାଶ, ସମୟ ଚକ, ସକାଳର ଅପେକ୍ଷାରେ, ନଦେଖିଲା ଲୋକ ଦେଖ, ମହାଯଜ୍ଞ, ବିଧାତାର ଖେଳ ପରି ଧାରାବାହିକରେ ଅଭିନୟ କରିଥିଲେ ।

ଅଧ୍ୟାପନା, ଅଭିନୟ, ନିର୍ଦେଶନା ସହ ସେ ରାଜନୀତିରେ ମଧ୍ୟ କିଛିକାଳ ସକ୍ରିୟ ହୋଇଥିଲେ । ୨୦୧୪ ଫେବ୍ରୁଆରୀ ମାସରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଓ ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ମାତ୍ର ନିର୍ବାଚନରେ ପରାଜିତ ହେବା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । 

ତାଙ୍କର ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଥିଲେ । ୨୦୧୪ରେ ଜୟଦେବ ପୁରସ୍କାର ସହ ୬ଥ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । ୧୯୮୧ରେ ଆରତୀ, ୧୯୮୫ରେ ମମତା ମାଗେ ମୂଲ, ୧୯୮୬ରେ ଏଇଆମ ସଂସାର , ୧୯୯୩ ଭୀଷ୍ମ ପ୍ରତିଜ୍ଞା, ୧୯୯୪ରେ ଭାଇ ହେଲା ଭଗାରୀ ଆଦି ଫିଲ୍ମ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ । ଏହାବ୍ୟତୀତ  ଦଶକର ଶ୍ରେଷ୍ଠ ଅଭିନେତା ଭାବରେ ୧୯୮୭ରେ ଓଡ଼ିଶା ସିନେ କ୍ରିଟିକ୍ ପୁରସ୍କାର ପାଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories