www.samajalive.in
Wednesday, December 10, 2025
15.1 C
Bhubaneswar

ସ୍ୱଚ୍ଛ ସହର : ମହୀଶୁର

ମହୀଶୁର ହେଉଛି ଏକ ସୁନ୍ଦର ସ୍ଥାନ। ଏହା ସବୁଠାରୁ ସ୍ୱଚ୍ଛ ସହର ମଧ୍ୟ ଅଟେ। ଯାହା ନିଜର ଶାନ୍ତ ପରିବେଶ, କଳା, ମହଲ, ସଂସ୍କୃତି,ପରମ୍ପରା ପାଇଁ ପ୍ରସିଦ୍ଧ।
ବିନା କୌଣସି ସନ୍ଦେହରେ ମହୀଶୁର ମହଲ ସହରର ସବୁଠାରୁ ସୌନ୍ଦର୍ଯ୍ୟପୂର୍ଣ୍ଣ ମହଲ ଅଟେ। ରାଜାମାନଙ୍କର ଶାସନ କାଳରେ ହୋଇଥିବା ଉଚ୍ଚକୋଟୀର କାରୁକାର୍ୟ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଏହି ମହଲକୁ ଦେଖିବାକୁ ପାଇଁ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମିଥାଏ।
ଜଗନମୋହନ ମହଲ ମହୀଶୁରର ସବୁଠାରୁ ପୁରୁଣା ମହଲ ମାନଙ୍କ ମଧ୍ୟରେ ଗଣା ଯାଇଥାଏ। ଏହି ମହଲର ନିର୍ମାଣ ମହୀଶୁରର ରାଜାଙ୍କ ଦ୍ୱାରା ୧୯୬୧ରେ ନିର୍ମାଣ କରାଯାଇଥିଲା। ୧୮୯୭ରେ ଯେତେବେଳେ କାଠର ମହଲ ଜଳି ନଷ୍ଟ ହୋଇଯାଇଥିଲା ସେହି ସମୟରେ ମୁଖ୍ୟ ମହଲର ନିର୍ମାଣ ପର୍ୟ୍ୟନ୍ତ ଜଗମୋହନ ମହଲରେ ଶାହୀ ପରିବାରର ବାସସ୍ଥଳୀ ଥିଲା।
ମହୀଶୁର ଏକ ଏପରି ସହର ଯେଉଁଠାରେ ଐତିହାସିକ ମହଲ ବଂଶାବଲୀ ରହିଛି। ଯାହା ମହୀଶୁର ଶୋଭା ବଢାଇଥାଏ। ମହଲର ନିକଟରେ ଏକ ଲାଲ ରଙ୍ଗ ବୃହତ୍ତ ମହଲ ରହିଛି। ଯାହାକୁ ‘ଗନ ହାଉସ’ନାମରେ ମଧ୍ୟ ଜଣାଶୁଣା। ଏହା ଖୁବ ପୁରୁଣା ମହଲ ଓ ସହରର ଅତୀତ ଔପନିବେଶକର ଅଂଶବିଶେଷ ଅଟେ।
ଚାମୁଣ୍ଡୀ ହିଲସର ଉଚ୍ଚତାରେ ଥିବା ରାଜେନ୍ଦ୍ର ବିଳାସ ମହଲରେ ଶାହୀ ପରିବାର ଖରାଦିନରେ ସମୟ ଅତିବାହିତ କରୁଥିଲେ। ଏହି ମହଲର ସୌନ୍ଦର୍ୟ୍ୟ ମନମୁଗ୍ଧ କରିଥାଏ।
ଏଭଳି ଅନ୍ୟାନ୍ୟ ବହୁ ପ୍ରସିଦ୍ଧ ମହଲ ଓ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ଏଠାରେ ରହିଛି, ଯେଉଁ କାରଣରୁ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories