ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ସଦସ୍ୟମାନେ ହେଲେ ମିଥିଳେଶ (୪୦), ତାଙ୍କ ପତ୍ନୀ ସିଆ (୪୦) ଓ ଝିଅ ନେହା (୧୬)। ସେମାନଙ୍କ ଶରୀରରେ ଛୁରାମାଡ ଜନିତ କ୍ଷତ ରହିଛି। ତେବେ ମିଥିଳେଶଙ୍କ ପୁଅ ସୂରଜ (୧୯) ଜୀବିତ ଥିବାବେଳେ ତାଙ୍କ ଦେହରେ ଅଳ୍ପ କ୍ଷତ ହୋଇଛି। ବୁଧବାର ସକାଳେ ଘରୋଇ ଚାକର କାମ କରିବାକୁ ଆସିଥିବାବେଳେ ମୃତଦେହ ଦେଖି ପଡୋଶୀଙ୍କୁ ଖବର ଦେଇଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ସୂରଜଙ୍କୁ ଜେରା କରାଯାଉଛି। ରୋଷେଇ ଘର ଛୁରୀରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି।
Popular Categories



