www.samajalive.in
Saturday, December 6, 2025
26.1 C
Bhubaneswar

ନୂଆ ଗୋଳାବନ୍ଧ ଗ୍ରାମରେ ହତ୍ୟାକାଣ୍ଡ; ମୃତଦେହ ଉଦ୍ଧାର

ଗୋପାଳପୁର : ଗଞ୍ଜାମ ଜିଲାର ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଏକ ବୁଦା ମୂଳରୁ ଜଣେ ଭିକାରୀର ବେକକଟା ହୋଇଥିବା ମୃତଦେହ ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂଚନା ଅନୁଯାୟୀ ନୟାଗଡ଼ ଜିଲା ମାଛିପଡ଼ା ଗ୍ରାମର କୈଳାଶ ପ୍ରଧାନ (୪୦) ପ୍ରତିବର୍ଷ କାର୍ତ୍ତିକମାସର ୧୫ ଦିନ ପୂର୍ବରୁ ନୂଆ ଗୋଳାବନ୍ଧ ଠାରେ ଥିବା ଧବଳେଶ୍ୱର ପୀଠରେ ଭିକ୍ଷା ମାଗିବା ପାଇଁ ଆସନ୍ତି। ଏହି କ୍ରମରେ ରବିବାର ସେ ନୂଆ ଗୋଳାବନ୍ଧରେ ପହଞ୍ଚି ମଦ ପିଇବାକୁ ଯାଇଥିଲେ। କିନ୍ତୁ ସେହି ସମୟରେ କିଛି ଯୁବକଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଯୁବକମାନେ କୈଳାଶଙ୍କର ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ତାଙ୍କୁ ମାରି ଏକ ବୁଦା ମୂଳରେ ପକାଇ ଦେଇଥିଲେ। ଖବର ପାଇ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ୍‍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ ଆରମ୍ଭ କରିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories