www.samajalive.in
Monday, December 8, 2025
13.1 C
Bhubaneswar

କୋରୁକୋଣ୍ଡାରେ ବିଭତ୍ସ ହତ୍ୟାକାଣ୍ଡ

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ଏକ ବିଭିତ୍ସ ହତ୍ୟାକାଣ୍ଡ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଚାଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଆଜି ମଧ୍ୟାହ୍ଣରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା ପାଇଁ ଯାଇଥିଲେ । ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଜମିକୁ ଯାଇ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରେ ରକ୍ତ ପଡିଥିବା ଦେଖି ପରିବାର ଲୋକେ ଚିନ୍ତିତ ହୋଇ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ବାଉଁଶ ବୁଦା ମୂଳରୁ ରକ୍ତ ଛିଟା ପଡି ଘୋଷାରି ହୋଇ ଯାଇଥିବା ଚିହ୍ନ ଦେଖି ସେହି ଚିହ୍ନ ଅନୁଯାୟୀ ପରିବାର ଲୋକେ ନିକଟରେ ଥିବା ନଇ ସହ ସଂଯୋଗ ହୋଇଥିବା ନାଳ ନିକଟରେ ଭୀମଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖିବାକୁ ପାଇଥିଲେ। ଭୀମଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଥିବା ବେଳେ ଭୀମ ବାଉଁଶ କାଟିବା ନିମନ୍ତେ ନେଇଥିବା ଟାଙ୍ଗିଆଟି ନିଖୋଜ ଥିବା ଦେଖିବାକୁ ପାଇଥିଲେ। ହତ୍ୟା ସନ୍ଦେହ କରି ତୁରନ୍ତ ଘର ଲୋକେ ମାଲକାନଗିରି ଥାନାକୁ ଯୋଗଯୋଗ କରିଥିଲେ।  ସୂଚନା ପାଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ କିଏ ଏବଂ କାହିଁକି ଏଭଳି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇ ନାହି ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories